ଓଜନ କମାଇବାକୁ ଚାହୁଁଥିଲେ…

ଲଣ୍ଡନ: ବ୍ରିଟେନ୍‌ର ବ୍ରିଘମ୍‌ ୟଙ୍ଗ୍‌ ୟୁନିଭର୍‌ସିଟିର ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ଓଜନ କମାଇବା ପାଇଁ ବ୍ୟାୟାମ ଜରୁରୀ। ତେଣୁ ବିଶେଷଜ୍ଞମାନେ ୧୨୦ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏଥିରୁ ଜଣାପଡ଼ିଥିଲା ପ୍ରତିଦିନ ୧୦ ହଜାରରୁ ଅଧିକ ପାଦ ଚାଲିଥିବା ଛାତ୍ରୀଛାତ୍ରଙ୍କ ଓଜନ ନିୟନ୍ତ୍ରଣରେ ରହିଥିଲା। ଏହାର ପରୀକ୍ଷା ପାଇଁ ପ୍ରତିଯୋଗୀମାନଙ୍କୁ ଅଲଗା ଅଲଗା ଗ୍ରୁପ୍‌ କରାଯାଇଥିଲା। ଗୋଟିଏ ଗ୍ରୁପ୍‌କୁ ୧୦ ହଜାର, ଆଉ ଦୁଇଟି ଗ୍ରୁପ୍‌କୁ ଯଥାକ୍ରମେ ୧୨ ଏବଂ ୧୫ ହଜାର ପାଦ ଚାଲିବାକୁ କୁହାଯାଇଥିଲା। ଯେଉଁମାନେ ୧୦ ହଜାରରୁ ଅଧିକ ପାଦ ଚାଲିଥିଲେ ସେମାନଙ୍କର ଓଜନ କମିବା ସହ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିଲା। ପ୍ରତିଦିନ ସକାଳେ ୧୦ ହଜାର ପାଦ ଚାଲିବା ସ୍ବାସ୍ଥ୍ୟ ପକ୍ଷେ ହିତକର। ଏପରି ଲଗାତର ୬ ମାସ କଲେ ଓଜନ କମିଥାଏ ବୋଲି ବିଶେଷଜ୍ଞଙ୍କ ମତ।