Categories: ଜାତୀୟ

ଓକିଲ ସାଙ୍ଗକୁ ପ୍ରେମ ବିବାହ କରିଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ସବୁଦିନ ପାଇଁ ଆଖି ବୁଜିଛନ୍ତି ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଭାରତୀୟ ରାଜନୀତିରେ ଜଣେ ଦକ୍ଷ ନେତ୍ରୀ ଭାବେ ପରିଚିତ ଥିଲେ ସେ। ଜଣେ ଓକିଲରୁ ରାଜନୀତିରେ ପାଦ ଥାପିଥିଲେ। ସର୍ବଦଳ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟ ନେତ୍ରୀ ଥିଲେ। ୧୯୫୨ ମସିହା ଫେବୃଆରୀ ୧୪ ତାରିଖରେ ହରିୟାଣାର ଅମ୍ବାଲାର କାନ୍ତ ଗାଁରେ ସେ ଜନ୍ମ ହୋଇଥିଲେ। ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଲ’ ପଢିବା ବେଳେ ସାଙ୍ଗ ସ୍ବରାଜ କୌଶଲଙ୍କୁ ପ୍ରେମ କରି ବସିଥିଲେ ସୁଷମା। କିନ୍ତୁ ଘରେ ଏହି ପ୍ରେମକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ବହୁ ବୁଝାସୁଝା ପରେ ୧୯୭୫ ମସିହା ଜୁଲାଇ ୧୩ ତାରିଖରେ ସୁଷମା ବିବାହ କରିଥିଲେ। ସ୍ବରାଜ ସୁପ୍ରିମକୋର୍ଟ ଜଣେ ଜଣାଶୁଣା ଓକିଲ ଥିଲେ। ୩୭ ବର୍ଷ ବୟସରେ ସେ ମିଜୋରାମର ରାଜ୍ୟପାଳ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ସେହିପରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।

Share