ଓଏସ୍‌ସିପିସିଆର୍‌ ଅଫିସ୍‌ ଆଗରେ ବସିଲେ ମା’

ଭୁବନେଶ୍ୱର,୧୬।୯ (ବ୍ୟୁରେ):ବହୁ ଚର୍ଚ୍ଚିତ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ୍‌ ପିହୁ ନିଖୋଜ ହେବା ଘଟଣାକୁ ୨ ବର୍ଷ ପୂରିଛି। ଗାଁ ଦାଣ୍ଡରେ ଖେଳୁଥିବାବେଳେ ପିହୁ ନିଖୋଜ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଯାବତ ଖୋଜି ପାଇପାରିନାହିଁ। ଏଥିସହ ପିହୁଙ୍କୁ ଖୋଜିଆଣିବା ଲାଗି ରାଜ୍ୟ ସରକାର ଓ ପୋଲିସ ବିଭାଗର ସମସ୍ତ ନ୍ୟାୟିକା ବ୍ୟବସ୍ଥାରେ ମା’ ମୋନାଲିସା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ନ୍ୟାୟ ସହ ମାମଲାର ସିବିଆଇ ତଦନ୍ତ ଦାବିରେ ମୋନାଲିସା ଯାଜପୁରରୁ ଭୁବନେଶ୍ୱର ଆସି ସଂଘର୍ଷ କରୁଛନ୍ତି। ଏଥିସହ ଗୁରୁବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଓଏସ୍‌ସିପିସିଆର୍‌) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ମୋନାଲିସାଙ୍କ କହିବାନୁଯାୟୀ, ସିବିଆଇ ତଦନ୍ତ ସୁପାରିଶ କରିବା ପାଇଁ ଅଗଷ୍ଟ ୨୯ରେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଲିଖିତ ନିବେଦନ କରିଥିଲେ। ହେଲେ ସରକାର କାହିଁକି ସିବିଆଇ ତଦନ୍ତ ଲାଗି ସୁପାରିଶ କରୁନାହାନ୍ତି ବୋଲି ଏନେଇ ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସାବତୀ ପ୍ରଧାନ କହିଛନ୍ତି, ଆମ ପକ୍ଷରୁ ସବୁ ପ୍ରୟାସ କରାଯାଉଛି। ଜିଲାପାଳ, ଏସ୍‌ପି ଓ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛି। ଏଥିସହ ପିହୁ ମା’ଙ୍କ ଦାବିପତ୍ରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୁପାରିଶ କରିଛି, ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେହିପରି ଅନୁଗୋଳରେ ମଧ୍ୟ ଗୋଟେ ସୂଚନା ଆସିଲା ୨ ବର୍ଷ ହେଲା ଗୋଟିଏ ଝିଅ ହଜିଥିଲା, ସେ ମିଳିଛି। ଏନେଇ ମୋନାଲିସାଙ୍କୁ ଫଟୋ ଦେଖାଇଥିଲୁ, କିନ୍ତୁ ସେ ତାଙ୍କ ଝିଅ ନୁହେଁ ବୋଲି ମନା କଲେ। କେନ୍ଦ୍ରପଡା, ଅନୁଗୋଳ, ଢେଙ୍କାନାଳ, ଜଗତ୍‌ସିଂପୁର ଜିଲାପାଳଙ୍କୁ ମଧ୍ୟ ଚିଠି ଲେଖିଥିବା ସେ କହିଛନ୍ତି। ଏହି ଘଟଣା ନେଇ ଗୃହ ବିଭାଗ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ଆଲୋଚନ କରିବେ। ଏଥିସହ ସିସିଆଇ ଅନୁଷ୍ଠାନକୁ ବହୁ ନିଖୋଜ ପିଲା ଆସୁଛନ୍ତି। ସୂଚନା ମିଳିଲେ ତୁରନ୍ତ ଜଣାଇବୁ ବୋଲି ସନ୍ଧ୍ୟାବତୀ କହିଛନ୍ତି।
ଏପଟେ କୌଣସି ବ୍ୟକ୍ତି ପିହୁଙ୍କ ସମ୍ପର୍କରେ ଜଣାଇଲେ ପୁରସ୍କାର ଦିଆଯିବ ବୋଲି ବିଞ୍ଝାରପୁର ଥାନା ଆଇଆଇସି ରଞ୍ଜିତ ମହାନ୍ତି ଘୋଷଣା କରିବା ସହ ଏନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri