ଓଏଲ୍‌ଏକ୍ସରେ ମିଳୁଛି ବାରବାଟୀ ଟିକେଟ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରବିବାର ବାଟବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ ବ୍ଲାକ କରୁଥିବା ଦେଖିବାକୁ ମିଳିଛି । ଓଏଲ୍‌ଏକ୍ସରେ ଟିକେଟ ଗୋଟିଏକୁ ୧୦ ହଜାର ୧ ଟଙ୍କା ରଖାଯାଇଛି । ଭୁବନେଶ୍ବର ଓ କଟକରୁ ଟିକେଟ ବିକ୍ରି ପାଇଁ ଅପଲୋଡ ହୋଇଛି । ଏହାଛଡା ସୋସିଆଲ ମିଡିଆ ସହାୟତାରେ ଟିକେଟ ବିକ୍ରି କରିବାକୁ ଖୋଲାଖୋଲି ପୋଷ୍ଟ ହେଉଛି। ଏଥିରେ କେଉଁ ଗ୍ୟାଲେରୀ ଟିକେଟ କେତେ ଦାମରେ ବିକ୍ରି ହେବ ତା’ର ସବିଶେଷ ଦାମ ଲେଖି ଏହାକୁ ସୋସିଆଲ ମିଡିଆରେ ଶେୟାର କରାଯାଉଛି ।