ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ମିଳିଛି। ଏଥିସହ ତାଙ୍କଠାରୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ପଦ ପ୍ରତ୍ୟାହାର କରିନିଆଯାଇଛି। ସେହିପରି ଇଡ୍‌କୋର ଜେନେରାଲ ମ୍ୟାନେଜର ତଥା ଷ୍ଟିଲ୍‌ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଅଧିକାରୀ ଗଣେଶ୍ୱର ଜେନା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କେବଳ ଇଡ୍‌କୋର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ରହିବେ। ତାଙ୍କଠାରୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱକୁ ସରକାର ପତ୍ୟାହାର କରିନେଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶକ ଏବଂ ଓପେପା ଅତିରିକ୍ତ ନିର୍ଦ୍ଦେଶକ ରଘୁରାମ ଆୟାରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ଏହାସହିତ ତାଙ୍କୁ ଓପେପା ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ତାଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶକ ପଦରୁ ତାଙ୍କୁ ହଟାଇ ଦିଆଯାଇଛି। ଖଇରାର ପୂର୍ବତନ ବିଡିଓ ଏବଂ ବର୍ତ୍ତମାନ ଚନ୍ଦାହାଣ୍ଡି ବ୍ଲକ ବିଡିଓ ମହେଶ କୁମାର ଚୌଧୁରୀଙ୍କୁ ପାରାଦୀପ ମ୍ୟୁନିସିପାଲିଟିର ବିଦେଶ ଚାକିରି ନୀତି ଓ ସର୍ତ୍ତାବଳୀ ଅନୁୟାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ୭ ଦିନ ମଧ୍ୟରେ ବଦଳି ହୋଇଥିବା ସମସ୍ତ ଅଫିସରଙ୍କୁ ନିଜ ନୂଆ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।