ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଫିସରସ୍ତରରେ ବୁଧବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୃଷିବିଭାଗ ଅତିରିକ୍ତ ନିର୍ଦ୍ଦେଶକ(ଆଡମିନ୍‌) ଶିବନାରାୟଣ ନନ୍ଦଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଜେନେରାଲ ମ୍ୟାନେଜର(ଜିଏମ୍‌)ଭାବେ ନିଯୁକ୍ତି ମିଳିଛି। ସନତ କୁମାର ମହାନ୍ତିଙ୍କୁ ଏସ୍‌ଟିଏସ୍‌ସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିକାଶ ଅତିରିକ୍ତ ସଚିବ ସହ ଟିଡିସିସିଓଏଲ୍‌ର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଭାବେ ଦାୟିତ୍ୱ ମିଳିଛି।
ସୁଦର୍ଶନ ସେଠୀଙ୍କୁ ପୂର୍ବପରି ଓଏଏମ୍‌ବିର ଜିଏମ୍‌ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କରୁଣାକର ରାଇକାଙ୍କୁ ଜଳସମ୍ପଦ ବିଭାଗ ଅଧୀନର ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ଏଲ୍‌ଏଓଭାବେ ଦାୟିତ୍ୱ ମିଳିଛି। ସନ୍ତୋଷ କୁମାର ଦାଶ ସମବାୟ ବିଭାଗ ଯୁଗ୍ମ ସଚିବ, ସୁବ୍ରତ କୁମାର ପଣ୍ଡା ଜଳସମ୍ପଦ ଯୁଗ୍ମ ସଚିବ, ବିଶିକେଶନ ଦେହୁରୀ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ, ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଯୁଗ୍ମ ସଚିବ ସହ ଉତ୍କଳିକା ଏବଂ ସେରିଫେଡ୍‌ର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଚିତ୍ତରଞ୍ଜନ ସାହୁ ଓଏମ୍‌ଇସିଏଲ୍‌ର ଜିଏମ୍‌, ଅରୁଣ କୁମାର ବିଶ୍ୱାଳ ଏନ୍‌ଏଚ୍‌ଏମ୍‌ ଯୁଗ୍ମ ନିର୍ଦ୍ଦେଶକ, ଦୋଳମଣି ପଟେଲ ଫୁଲବାଣୀ ସବ୍‌କଲେକ୍ଟର, ସୁଚାରୁ କୁମାର ବଳ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଏଲ୍‌ଏଓ, ରୋମାଞ୍ଚଳ ଖମାରୀ ଏବଂ ଆଶୁତୋଷ ସାମଲ ଡେପୁଟି କମିଶନର ବ୍ରହ୍ମପୁର ମହାନଗର ନିଗମଭାବେ ନିଯୁକ୍ତି ହୋଇଛନ୍ତି। ଶାନ୍ତନୁ କୁମାର ମହାନ୍ତି ଖୋର୍ଦ୍ଧା ସବ୍‌ କଲେକ୍ଟର, ପ୍ରତାପ ପ୍ରୀତିମୟ ଚମ୍ପୁଆ ସବ୍‌କଲେକ୍ଟର, ପ୍ରମୋଦ କୁମାର ସାମଲ ଖୋର୍ଦ୍ଧା ଡିଆରଡିଏ ପିଡି , ଖୋର୍ଦ୍ଧା ଭାବେ ନିଯୁକ୍ତି ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ବେହୁରିଆ ଏବଂ ଅଶ୍ୱିନୀ କୁମାର ମେହେର କ୍ରୀଡା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ଏବଂ ସୁଜାତା ଶୁଭଦର୍ଶିନୀ ନାୟକଙ୍କୁ କଟକ ଜିଲା ଆଠଗଡର ଅତିରିକ୍ତ ସବ୍‌କଲେକ୍ଚରଭାବେ ଦାୟିତ୍ୱ ମିଳିଛି।