ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ନିଆଁରୁ ବଞ୍ଚାଇଥିବା ଶାହରୁଖଙ୍କ ପ୍ରଶଂସାରେ ଶତମୁଖ ସଲମାନ: କହିଲେ ‘ସେ ପ୍ରକୃତ ହିରୋ’

ବଲିଉଡ୍‌ ସିନେମା ଜଗତରେ ଖାନ୍‌ମାନଙ୍କ ରାଜୁତି ବହୁଦିନରୁ ରହିଆସିଛି। ହେଲେ ସେମାନଙ୍କ ମଧ୍ୟରୁ ଦୁଇଜଣ ଏପରି ଥିଲେ, ଯେଉଁମାନଙ୍କୁ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ଉଭୟ ଏକାଠି ସିନେମା କରିବା ତ ଦୂରର କଥା କୌଣସି ଉତ୍ସବ ଅଥବା ପାର୍ଟିରେ ଏକାଠି ଦୃଶ୍ୟ ହେବାକୁ ପସନ୍ଦ କରୁ ନ ଥିଲେ। ହେଲେ ଏବେ ସେମାନେ ଭଲ ବନ୍ଧୁ ପାଲଟିଛନ୍ତି। ସେ ହେଉଛନ୍ତି ସଲମାନ୍‌ ଖାନ୍‌ ଏବଂ ଶାହରୁଖ୍‌ ଖାନ। ବନ୍ଧୁ ହେବା ପରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖାଗଲେ ଅଥବା ଜଣେ ଅନ୍ୟର ପ୍ରଶଂସା କଲେ ଆଜି ବି ଚର୍ଚ୍ଚା ହୁଏ। ସେଭଳି କିଛି ଚର୍ଚ୍ଚା ସଲମାନ୍‌ଙ୍କ ଇନ୍‌ଷ୍ଟା ପୋଷ୍ଟକୁ ନେଇ ହେବାରେ ଲାଗିଛି।

ବାସ୍ତବ କଥାଟି ଏପରି। ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ନିଜ ଘରେ ଦୀପାବଳି ଉତ୍ସବ ପାଳନ ପାଇଁ ପୁରା ବଲିଉଡ୍‌ ପରିବାରକୁ ନିମନ୍ତ୍ରଣ କରିଥିଲେ। ଏଥିରେ ପ୍ରାୟ ସମସ୍ତ କଳାକାର ଯୋଗ ଦେଇଥିଲେ। ଶାହରୁଖ ମଧ୍ୟ ଯାଇଥିଲେ। ହେଲେ ସେଠାରେ ଅମିତାଭଙ୍କ ବୋହୁ ତଥା ନୀଳନୟନୀ ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ସହ ଏକ ଅଘଟଣ ଘଟିଥିଲା। ସେ ପିନ୍ଧିଥିବା ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ଏହାଦେଖି ସେଠାରେ ଉପସ୍ଥିତ ଶାହରୁଖ ନିଜେ ପିନ୍ଧିଥିବା ଜ୍ୟାକେଟ କାଢ଼ି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଶାହରୁଖ ନିଜେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏହା ଜଣାପଡ଼ିବା ପରେ ଶାହରୁଖ ପ୍ରକୃତ ହିରୋ ବୋଲି ଆଲୋଚନା ହେଉଥିଲା।

ତେବେ ସଲମାନ ଏହା ଜାଣିବା ପରେ ନିଜର ଇନ୍‌ଷ୍ଟାରେ ଶାହରୁଖଙ୍କ ଫିଲ୍ମ ‘ହାପି ନ୍ୟୁ ଇଅର’ର ଏକ ଦୃଶ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଶାହରୁଖ ପିନ୍ଧିଥିବା ପୋଷାକରେ ନିଆଁ ଲାଗିବା ସତ୍ତ୍ୱେ ସେ ଏହାକୁ ଭ୍ରୁକ୍ଷେପ କରୁ ନ ଥିବା ଦେଖାଯାଇଛି। ଭିଡିଓରେ ସଲମାନ ନିଜର ମନର କଥା କହିଛନ୍ତି। ପ୍ରକୃତ ହିରୋ ସିଏ, ଯିଏ ନିଆଁରେ କୁଦି, ଲିଭାଇ, ବଞ୍ଚାଇଥାନ୍ତି। ଏହାକୁ ଅନେକେ ପସନ୍ଦ କରୁଥିବା ବେଳେ ଉଭୟଙ୍କ ବନ୍ଧୁତା ଏହିଭଳି ଜାରି ରହୁ ବୋଲି ମତ ପ୍ରକାଶ ପାଉଛି।

 

 

View this post on Instagram

 

@iamsrk

A post shared by Chulbul Pandey (@beingsalmankhan) on


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri