ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ ବଡ଼ କାରଣ। ବୈଜ୍ଞାନିକ ତଥ୍ୟ ଅନୁସାରେ ଆଖିର ରଙ୍ଗ ଆଇରିସ୍‌ରେ ଥିବା ମେଲାନିନ୍‌ ଉପରେ ନିର୍ଭର କରିଥାଏ। ଆଇରିସ୍‌ରେ ନୀଳ, ସବୁଜ ଆଦି ପିଗ୍‌ମେଣ୍ଟ୍‌ ନ ଥାଏ। ଏଥିରେ ବ୍ରାଉନ୍‌,କଳା, ହଳଦିଆ, ଲାଲ୍‌ ଆଦି ପିଗ୍‌ମେଣ୍ଟ୍‌ ହିଁ ରହିଥାଏ। କଳା ପିଗମେଣ୍ଟ୍‌ ରଡ୍‌ ଆକାରର ହୋଇଥିବାବେଳେ ଅନ୍ୟ ରଙ୍ଗର ପିଗମେଣ୍ଟ୍‌ କୋନ୍‌ ଅକାରର ହୋଇଥାଏ। ଆଇରିସ୍‌ରେ ଅଧିକ ବ୍ରାଉନ୍‌ ପିଗ୍‌ମେଣ୍ଟ୍‌ ରହିଲେ ଆଖିର ରଙ୍ଗ କଳା ହୋଇଥାଏ। ଏହାର ପରିମାଣ କମିଗଲେ ଆଖିର ରଙ୍ଗ ନୀଳ, ସବୁଜ ଅବା ଚିଲା ଭଳି ହୋଇଥାଏ। ଶରୀରରେ ଥିବା ମେଲାନିନ୍‌ ତ୍ୱଚା, କେଶ ଏବଂ ଆଖି ରଙ୍ଗକୁ ପ୍ରଭାବିତ କରିଥାଏ। ତେବେ ନୀଳ, ସବୁଜ ଅବା ଚିଲା ଆଖି ଉପରେ ସୂର୍ଯ୍ୟର ଆଲ୍ଟା ଭାଓଲେଟ ରଶ୍ମୀର ପ୍ରଭାବ ଅଧିକ ପଡ଼ିବାର ଆଶଙ୍କା ରହିଥାଏ। ତେଣୁ ଏଭଳି ବ୍ୟକ୍ତି ଖାଲି ଆଖିରେ ସୂର୍ଯ୍ୟଙ୍କୁ ଅନାଇବା କ୍ଷତିକାରକ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଥାନ୍ତି।

Share