ପୁରୁଣା ଭୁବନେଶ୍ୱର,୨୧ା୩ (ଡି.ଏନ.ଏ.): ରାଜଧାନୀକୁ ସରସ ସୁନ୍ଦର ରୂପେ ଗଢି ତୋଳିବାର ଦାୟିତ୍ୱ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କର ରହିଛି। ଭୁବନେଶ୍ୱରର ବଢୁଥିବା ଜନସଂଖ୍ୟାକୁ ନଜରରେ ରଖି ନୀତିନିୟମ ଓ କଟକଣା ଅନୁଯାୟୀ ଗୃହ ନିର୍ମାଣ ନକ୍ସା ଅନୁମୋଦନ କରିବାକୁ ନେଇ ବିଡିଏ ନିଜର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଛି। ବେଆଇନ ନିର୍ମାଣ ଭାଙ୍ଗିବା କାମ କେବଳ ବିଏମ୍ସି ଚଳାଇଛି। ରାଜଧାନୀର ବହୁ ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜି ଜବରଦଖଲ ଏବଂ ବେଆଇନ ନିର୍ମାଣକାରୀଙ୍କଠାରୁ ବାଦ୍ ପଡ଼ିନାହିଁ। ଅଧିକାଂଶ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ) ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳ ଚତୁଃପାର୍ଶ୍ୱରେ ବେଆଇନ ଭାବେ କଲୋନୀ ଓ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି। ଏସବୁ ବେଆଇନ ନିର୍ମାଣ ନେଇ ପ୍ରତ୍ୟକ୍ଷ ଭାବେ ବିଏମ୍ସି, ବିଡିଏ, ଶକ୍ତି ବିଭାଗ ଜଡିତ ରହିଥିବା ଅଭିଯୋଗ ହେଉଛି। ବିଡିଏ ନିଜ ପକ୍ଷରୁ ୫୬୭ ଏକର ପରିମିତ ଶିଶୁପାଳଗଡ଼ରେ ଗଢି ଉଠିଥିବା ୨୦୦୦ରୁ ଊର୍ଦ୍ଧ୍ୱ ବେଆଇନ ନିର୍ମାଣ ନେଇ ୨୦୧୯ ପର୍ଯ୍ୟନ୍ତ ମାତ୍ର ୩ ଗୋଟି ନୋଟିସ ଜାରି କରି ନିଜର ଦାୟିତ୍ୱ ସାରି ଦେଇଛି। ଏପରି ଦେଖିବାକୁ ଗଲେ ରାଜାରାଣୀ, ଭାସ୍କରେଶ୍ୱର, ବ୍ରହ୍ମେଶ୍ୱର, ନାଗେଶ୍ୱର, ବୈତାଳେଶ୍ୱର ଭଳି ଅନେକ ମନ୍ଦିରକୁ ଲାଗି କରି ଘରୋଇ ଓ କେତେକ ସ୍ଥାନରେ ସରକାରୀ ନିର୍ମାଣ ହୋଇଛି।
ମୁଣ୍ଡରୁ ଦୋଷ ଖସାଉଛି ଏଏସ୍ଆଇ
ଏଏସ୍ଆଇର ଆମ୍ସାର ଆକ୍ଟ ଲାଗୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜ ମୁଣ୍ଡରୁ ଦୋଷ ଖସାଇ ଚୁପ୍ ରହୁଛି। ଭିତ୍ତିଭୂମି ଓ କର୍ମଚାରୀ ଅଭାବ ଏଏସ୍ଆଇ ଦର୍ଶାଉଛି। ସଂରକ୍ଷିତ ଐତିହ୍ୟସ୍ଥଳଗୁଡିକ ନିକଟରେ ଆମସାର ଆକ୍ଟ ଅନୁଯାୟୀ ନକ୍ସାକୁ ଅନୁମୋଦନ ଦେବା ଉଦ୍ଦେଶ୍ୟରେ ଏଏସ୍ଆଇ କର୍ତ୍ତୃପକ୍ଷ ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନଏମଏ)ଦାୟିତ୍ୱରେ ଛାଡ଼ିଛନ୍ତି। ମାତ୍ର ଜଣେ କର୍ମଚାରୀ ଏନଏମଏ ଦାୟିତ୍ୱରେ ରହିଛନ୍ତି। ତାଙ୍କ ଉପସ୍ଥିତି ଯେ ସ୍ଥିତିରେ ସୁଧାର ଆଣିବ ଏହା ଅସମ୍ଭବ ହୋଇ ପଡୁଥିବା ଅଭିଯୋଗ ହେଉଛି। ରାଜାରାଣୀ ମନ୍ଦିରଠାରୁ ମାତ୍ର ୧୦୦ମିଟର ଦୂର ମୁଖ୍ୟରାସ୍ତାକୁ ଲାଗି ଆପାର୍ଟମେଣ୍ଟକୁ ବିଡିଏ କର୍ତ୍ତୃପକ୍ଷଙ୍କ ସହ ଏନ୍ଏମଏର ମଧ୍ୟ ସହମତି ମିଳିଛି। ସେହିପରି ଶିଶୁପାଳଗଡ଼ ରାମପାର୍ଟ ଅଧୀନରେ ଥିବା ଲିଙ୍ଗିପୁର ମୌଜାର ଅଧିକାଂଶ ଖାଲି ଅଞ୍ଚଳ ଜାତୀୟ ରାଜପଥ କଡରେ ରହିଛି। ଏଠାରେ ଅନେକ ବହୁତଳ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ଏଏସ୍ଆଇର ନିୟମକୁ ଖାତିର ନ କରି ଏଠାରେ କେତେଜଣ ଲୋକଙ୍କୁ ବିଡିଏ ପକ୍ଷରୁ ବେଆଇନ ଭାବେ ନକ୍ସା ଅନୁମୋଦନ କରାଯାଇଛି। ଏ ନେଇ ବିଡିଏ, ବିଏମ୍ସି, ଏନ୍ଏମ୍ଏ ଓ ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ଭୂମିକାକୁ ସାଧାରଣରେ ସମାଲୋଚନା କରାଯାଇଛି। ବିଏମ୍ସି ପକ୍ଷରୁ ଉଚ୍ଛେଦ ବଦଳରେ ଟିକସ୍ ଆଦାୟ ନେଇ ଏନଫୋର୍ସମେଣ୍ଟର ବରିଷ୍ଠ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକଙ୍କୁ ପଚାରିବାରେ ପ୍ରତ୍ୟେକ ଐତିହ୍ୟସ୍ଥଳ ନିକଟରେ ଗଢି ଉଠିଥିବା ବେଆଇନ ନିର୍ମାଣ ନେଇ ନିର୍ଦ୍ଦିିଷ୍ଟ ଭାବେ ଅଭିଯୋଗ ଆସିଲେ ଉଚ୍ଛେଦ କରାଯିବ। ଏଥିସହ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଏଏସ୍ଆଇ ସଂରକ୍ଷଣ ଅଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ଶିଶୁପାଳଗଡ଼କୁ ସମ୍ପୂର୍ଣ୍ଣ ଭାବେ ଜବରଦଖଲ ମୁକ୍ତ କରିବାକୁ ଆମର ସର୍ଭେ ଜାରି ରହିଛି ନିକଟ ଭବିଷ୍ୟତରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏ ନେଇ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ବେଆଇନ ନିର୍ମାଣକୁ ବିଦ୍ୟୁତ୍ ସଂଯୋଗ ସମ୍ପର୍କରେ ସେସୁର ଯନ୍ତ୍ରୀ ୟୁ. କେ. ସ୍ବାଇଁଙ୍କୁ ପଚାରିବାରେ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ସ୍ଥଳର ଉନ୍ନତୀକରଣ ଯୋଜନା ପାଇଁ ଦେବୋତ୍ତର ବିଭାଗ କିମ୍ବା ମନ୍ଦିର ପ୍ରଶାସନ ଲିଖିତ ନୋଟିସ ଦେଲେ ବେଆଇନ ନିର୍ମାଣ ଉପରୁ ବିଦ୍ୟୁତ୍ କାଟ ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି।
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା
ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…
ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର
ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…
ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…
ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…
କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…
ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…
ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ
ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…
ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି
ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…
Archives

