ଐତିହ୍ୟ ଶିଶୁପାଳଗଡ଼ କାଟି କଲେ ରାସ୍ତା

ପୁରୁଣା ଭୁବନେଶ୍ୱର,୬।୯(ଡି.ଏନ.ଏ.) : ଏକଦା ଐତିହ୍ୟ ଶିଶୁପାଳଗଡ ଏ୫୬୨. ୬୦୦ ଡିସିମିଲରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ଥିବାବେଳେ ଏବେ ମାତ୍ର ଏ.୦.୭୭୭ ଡିସିମିଲରେ ଏହା ରହିଛି। ସମ୍ପ୍ରତି ଶିଶୁପାଳଗଡରେ ମହାଭୋଇ ଶାସନ, ଶିଶୁପାଳ, ବଡଧାନପୁର, ଏଭଳି କେତେଗୋଟି ମୌଜାକୁ ସଂରକ୍ଷଣ ନିମନ୍ତେ ଏଏସଆଇ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ନିଷ୍କ୍ରିୟତା ପାଇଁ ଏଭଳି ଐତିହ୍ୟ ଜାଗାଟି ସତ୍ତା ହରାଇବାକୁ ବସିଛି। ଐତିହ୍ୟ ଗଡ଼ର ଚତୁଃପାର୍ଶ୍ୱଠାରୁ ଏଏସ୍‌ଆଇର ଗାଇଡଲାଇନ ଅନୁସାରେ, ୧୦୦ ମିଟର ମଧ୍ୟରେ କୌଣସି ଖନନ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ଯଦି କୌଣସି ସରକାରୀ କିମ୍ବା ଘରୋଇ ବ୍ୟକ୍ତି ବିଶେଷ ଏଠାରେ ଉଭୟ ନୟମକୁ ଭଙ୍ଗ କରନ୍ତି ସେଥିପାଇଁ ଜେଲ ଓ ଜରିମାନା ଦଣ୍ଡବିଧାନ ଅଛି। ମାତ୍ର ଏହାକୁ ଖାତିର ନ କରି ଘରୋଇ ଓ ଜବରଦଖଲକାରୀମାନେ ୧୦୦ ମିଟର ତ ଦୂରର କଥା ବିରାଟ ଗଡର ପାଚେରିକୁ କାଟି ସମତୁଲ କରି ରାସ୍ତା ନେଉଛନ୍ତି। ଅନେକ ସ୍ଥାନରେ ଗଡକୁ ଜେସିବି ଲଗାଇ କାଟି କଲୋନୀ ମଧ୍ୟ କରାଗଲାଣି। ଏଭଳି କାରନାମାକୁ ବିଭାଗୀୟ ଅଧିକାରୀମାନେ ପ୍ରଚ୍ଛଦ ପଟରେ ପ୍ରୋତ୍ସାହନ ଦେଉଥିବା ଘଟଣାରୁ ସ୍ପଷ୍ଟ ହେଉଛି। ଐତିହ୍ୟ ପାଚେରି ଖୋଳି ଘରୋଇ ଲୋକଙ୍କୁ ସୁବିଧା ଦେବାକୁ ଯାଇ ଗଡ କାଟି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ବସାଯାଇଛି। ଏହି ଘଟଣାରେ ସରକାରୀ ଅଧିକାରୀମାନେ ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ମିଳିଥିବା ଖବର ମୁତାବକ, ନୂଆ ଜଗନ୍ନାଥ ବାଇପାସ୍‌ ରାସ୍ତାରେ ଗଡ଼କୁ କାଟି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ କରାଯାଇଛି। ସେହିଭଳି ଗଡର ପୂର୍ବପଟ ପାଚେରିକୁ କାଟି ମଧ୍ୟ ରାସ୍ତା ନିଆଯାଇଥିବା ଖବର ମିଳିଛି। ସେହିଭଳି ମହାଭୋଇ ଶାସନ ମୌଜା ତଥା ପଶ୍ଚିମ ପଟେ ଯାଇଥିବା ଗଡ ପାଚେରିକୁ କଟାଯାଇଛି। ତୁରନ୍ତ ଶିଶୁପାଳଗଡ ଐତିହ୍ୟ ସ୍ଥଳକୁ ସୁରକ୍ଷା ଦେଇ ଜବରଦଖଲକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏକାମ୍ର ଜନଜାଗରଣ ମଞ୍ଚ। ନଚେତ୍‌ ଆଗାମୀ ଦିନରେ ମଞ୍ଚ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଏଏସଆଇର ସଂରକ୍ଷଣ ଅଧୀକ୍ଷକ ତ୍ରୈଲୋକ୍ୟନାଥ ବେହେରାଙ୍କୁ ପଚାରିବାରେ ଘଟଣା ସମ୍ବନ୍ଧରେ ଅଭିଯୋଗ ପାଇବା ପରେ ତୁରନ୍ତ ବିଡିଓଙ୍କୁ ଚିଠି ଲେଖିବୁ। ସତ୍ୟାସତ୍ୟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri