ଐତିହ୍ୟସ୍ଥଳୀର ସୁରକ୍ଷା, ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ ନେଇ ଦାବିପତ୍ର

ଭଦ୍ରକ ଅଫିସ, ୧୭।୭: ଭଦ୍ରକ ଜିଲାର ପ୍ରସିଦ୍ଧ ଐତିହ୍ୟସ୍ଥଳୀରୁ ଗତ କିଛିବର୍ଷ ଧରି ଦୁର୍ଲଭ ଭାସ୍କର୍ଯ୍ୟରାଜି ମୂର୍ତ୍ତି ଚୋରି ହେବାରେ ଲାଗିଛି। ଏହାମଧ୍ୟରେ ଜଣେ ମଧ୍ୟ ଚୋରକୁ ଧରିବାରେ ଜିଲା ପୋଲିସ ସକ୍ଷମ ହୋଇପାରି ନାହିଁ। ବୁଧବାର ଭଦ୍ରକ ଇନ୍‌ଟାକ୍‌ ଚାପ୍ଟରର କର୍ମକର୍ତ୍ତା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଏହିସବୁ ପୀଠର ସୁରକ୍ଷା ସହ ମୂର୍ତ୍ତି ଚୋରି ର଼୍ୟାକେଟ୍‌ ସନ୍ଧାନ କରିବା ପାଇଁ ଦାବି ଜଣାଇଛନ୍ତି। ଏ ନେଇ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ୪ ତାରିଖରେ ବୌଦ୍ଧବିହାର ଷୋଳମପୁରର ରଘୁନାଥଜୀଉ ମନ୍ଦିରରୁ ଦିନ ଦ୍ୱିପ୍ରହରରେ ଏକ ବୁଦ୍ଧ ମୂର୍ତ୍ତି ପୁନର୍ବାର ଚୋରି ହୋଇଯାଇଛି। ୨୦୧୫ ମେ ୨୫ରେ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମନ୍ଦିରରୁ ଏକ ବିଶାଳ ଦଶଭୁଜା ମହିଷାମର୍ଦ୍ଦିନୀ ମୂର୍ତ୍ତି, ୨୦୧୬ ଜାନୁୟାରୀ ୧୪ରେ ଦଇସିଂ(କାଉପୁର) ଗ୍ରାମରୁ ୩.୫ ଫୁଟ ଉଚ୍ଚତା ବିଶିଷ୍ଟ ତାରାମୂର୍ତ୍ତି, ସେହିବର୍ଷ ଜୁଲାଇ ୧୭ରେ ଷୋଳମପୁର ଗ୍ରାମରୁ ୨ଟି ବୁଦ୍ଧ ମୂର୍ତ୍ତି ଚୋରି ହୋଇଥିଲା। କୌଣସି ଗୋଟିଏ ଘଟଣାରେ ସମ୍ପୃକ୍ତ ଚୋରଙ୍କୁ ପୋଲିସ ଧରିପାରି ନାହିଁ। ଇନ୍‌ଟାକ୍‌ ଚାପ୍ଟରର ସଦସ୍ୟ ଦିଗମ୍ବର ମହାନ୍ତି, ଭାଗବତ ତ୍ରିପାଠୀ, ବିଜୟ କୁମାର ମହାନ୍ତି, ବିମ୍ବାଧର ବ୍ରହ୍ମ, ଚିତ୍ତରଞ୍ଜନ ବରାଳ, କାର୍ତ୍ତିକ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri