Posted inଖେଳ

ଐତିହାସିକ ପିଙ୍କ୍‌ ବଲ୍‌ ଟେଷ୍ଟ; ଭାରତ ଫେଭରାଇଟ୍‌

କୋଲକାତା,୨୧।୧୧(ପି.ଟି.)- ଐତିହାସିକ ଇଡେନ ଗାର୍ଡେନରେ ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ। ଗୋଲାପୀ ବା ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ଉପରେ କେବଳର ଭାରତ ନୁହଁ ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ନଜର ରହିଛି। ଉଭୟ ଦେଶ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବାରୁ କୋଲକାତାରେ ଗୋଲାପୀ ବିପ୍ଳବ ହେବାକୁ ଯାଉଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପ୍ରୟାସରେ ଏହି ପିଙ୍କ୍‌ ବଲ୍‌ ଟେଷ୍ଟର ଆୟୋଜନ ହେଉଛି। ଆଜିକୁ ୭ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିବାରାତ୍ର ଟେଷ୍ଟ ଆୟୋଜନକୁ ଅନୁମତି ଦେଇଥିଲା। ବାଂଲାଦେଶ ଭାରତ ପହଞ୍ଚିବା ପୂର୍ବରୁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଗାଙ୍ଗୁଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ରାଜି କରାଇବାରେ ସଫଳ ହୋଇଥିଲେ।
୪ ବର୍ଷ ତଳେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳିବା ପରେ ଏପର୍ଯ୍ୟନ୍ତ ୧୧ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ଗତବର୍ଷ ଆଡିଲେଡ୍‌ରେ ଦିବରାତ୍ର ଟେଷ୍ଟ ଖେଳିବାକୁ ଅଷ୍ଟ୍ରେଲିଆ ପ୍ରସ୍ତାବ ଦେଇଥିଲେ ମଧ୍ୟ ଭ୍ରମଣକାରୀ ଭାରତ ସେତେବେଳେ ରାଜି ହୋଇ ନ ଥିଲା। ଘରୋଇ ପରିବେଶ୍‌ରେ ମଧ୍ୟ ଭାରତ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିବାକୁ ଅମଙ୍ଗ ଥିଲା। ତେବେ ଗାଙ୍ଗୁଲି ବୋର୍ଡ ଅଧ୍ୟକ୍ଷ ହେବା ପରେ ପଥ ପରିସ୍କାର ହୋଇଥିଲା। ଏସ୍‌ଜି ପିଙ୍କ୍‌ ବଲ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ଓ ଏହି ବଲ୍‌ ଏବେ ଚର୍ଚ୍ଚାରେ ରହିଛି। ସୁର୍ଯ୍ୟାସ୍ତ ପରେ ଏହି ବଲ୍‌କୁ ଦେଖିବାରେ ସମସ୍ୟ ରହିବା ନେଇ ଚର୍ଚ୍ଚା ହେଉଛି। ପୁଣି କାକର ସମସ୍ୟା ରହିବ। ଫଳରେ ବୋଲରଙ୍କ ପାଇଁ ଆହୁରି ସମସ୍ୟା ରହିବ ବୋଲି କୁହାଯାଉଛି।
ଦିବାରାତ୍ର ଟେଷ୍ଟ ଖେଳିବାକୁ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୩ ସେକେଣ୍ଡରେ ରାଜି ହୋଇଯାଇଥିଲେ ବୋଲି ଗାଙ୍ଗୁଲି କହିଛନ୍ତି। ଫ୍ଲଡ ଲାଇଟ୍‌ ତଳେ ଏହି ମ୍ୟାଚ୍‌ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମ ୪ ଦିନର ଟିକେଟ ବିକ୍ରି ସରିଛି। ଭାରତ ଘରୋଇ ମାଟିରେ କ୍ରମାଗତ ଦ୍ୱାଦଶ ଟେଷ୍ଟ ସିରିଜ ବିଜୟର ନିକଟତର ହୋଇଛି। ସୁର୍ଯ୍ୟାସ୍ତ ପରେ ଯେତେବେଳେ କାକର ପଡିବ ସେତେବେଳେ ଉଭୟ ଦଳର ଖେଳାଳିମାନେ ପ୍ରକୃତ ପରୀକ୍ଷାର ସମ୍ମୁଖୀନ ହେବେ। ମ୍ୟାଚ୍‌କୁ ସଫଳ କରିବା ପାଇଁ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ସବୁ ପ୍ରକାର ପସ୍ତୁତିପର୍ବ ଶେଷ କରିଛି।
ମ୍ୟାଚ୍‌କୁ ପ୍ରଶଂସକଙ୍କ ପାଇଁ ଏକ ଉତ୍ସବରେ ପରିଣତ କରିବା ପାଇଁ ପ୍ରୟାସ କରାଯାଇଛି। ପୂରା ଷ୍ଟାଡିୟମ ଗୋଲାପୀ ରଙ୍ଗରେ ସଜ୍ଜିତ ହୋଇଛି। ଷ୍ଟାଡିୟମରେ ପିଙ୍କ୍‌ ବଲ୍‌ର ମାସ୍କଟ ମଧ୍ୟ ରଖାଯାଇଛି। ସେନାବାହିନୀର ପାରାଟ୍ରୁପର୍ସ ଉଡି ଆସି ମ୍ୟାଚ୍‌ ବଲ୍‌ ପ୍ରଦାନ କରିବେ। ତାରାକା କ୍ରୀଡ଼ାବିତ, ରାଜନେତାମାନେ ଏହି ଅବସରରେ ଉପସ୍ଥିତ ରହିବେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀ ମଧ୍ୟ ଉପସ୍ଥିତ ରହିବେ।
ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କୁ ନେଇ ଗଠିତ ଭାରତୀୟ ପେସ୍‌ ବାହିନୀ ଇନ୍ଦୋର ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ଭାରତକୁ ମାତ୍ର ୩ ଦିନ ମଧ୍ୟରେ ଏକ ଇନିଂସ ଓ ୧୩୦ ରନରେ ବିଜୟୀ କରାଇଥିଲେ। ଏହି ଭାରତୀୟ ଦଳ ଏଥିସହ ଦଶମ ଇନିଂସ ବିଜୟ ହାସଲ କରିଥିଲା। ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ନେଇ ଗଠିତ ଭାରତୀୟ ଓପନିଂ ଯୋଡି ମଧ୍ୟ ଜବରଦସ୍ତ ଫର୍ମରେ ରହିଛି। ଚଳିତ ସିଜନରେ ଏହି ଯୋଡି ବେଶ୍‌ ସଫଳ ହୋଇଛି। ପ୍ରଥମ ଟେଷ୍ଟରେ ଦ୍ରୁତ ବୋଲରମାନେ ୧୪ଟି ଉଇକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଏମାନେ କମାଲ କରିବେ ବୋଲି ଆଶା କରାଯାଉଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ଥିବା ଭାରତ ଆଉ ଏକ ସିରିଜ ବିଜୟ ହାସଲ କରି ତା’ର ୧ ନମ୍ବର ସ୍ଥାନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ରହିଛି।
୩ଟି ଘରୋଇ ସିଜନରେ ଫ୍ଲଡ ଲାଇଟ୍‌ ତଳେ ଦୁଲୀପ ଟ୍ରଫି ଖେଳି ମାତ୍ର କେତେଜଣ ଭାରତୀୟ ଖେଳାଳି ପିଙ୍କ୍‌ ବଲ୍‌ରେ ଖେଳିବାର ସୁଯୋଗ ପାଇଛନ୍ତି। ତେବେ ସମ୍ପୂର୍ଣ୍ଣ ବାଂଲାଦେଶ ଦଳ ପ୍ରଥମଥର ପାଇଁ ପିଙ୍କ୍‌ ବଲ୍‌ରେ ଖେଳିବାର ସୁଯୋଗ ପାଇବେ। ପ୍ରଥମ ଟେଷ୍ଟରେ କେବଳ ମୁସ୍‌ଫିକର ରହିମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବାକି ସମସ୍ତେ ବିଫଳ ହୋଇଥିଲେ। ଅଧିନାୟକ ଶକବ ଅଲ ହାସନ ବାସନ୍ଦ ହେବା କାରଣରୁ ଦଳରୁ ବାଦ୍‌ ପଡିଛନ୍ତି ଓ ଏହାର ପ୍ରଭାବ ଦଳ ଉପରେ ପଡିଛି। ଚାପକୁ ସାମ୍‌ନା କରିବାରେ ବାଂଲାଦେଶ ଅଧିନାୟକ ମୋମିନୁଲ ହକ୍‌ ସଂଘର୍ଷ କରୁଛନ୍ତି। ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍‌ ଶୋ’ ତାଙ୍କର ଚିନ୍ତା ବଢ଼ାଇଛି। ତେବେ ଯୁବ ଦ୍ରୁତ ବୋଲଣ ଆବୁ ଜାଏଦ କିଛି କମାଲ କରିବେ ବୋଲି ଆଶା କରାଯାଉଛି। ଫଳାଫଳ ଯାହା ହେଉନା କାହିଁକି ପିଙ୍କ୍‌ ବଲକୁ ନେଇ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ପ୍ରଶଂସକଙ୍କ ପାଇଁ ବେଶ୍‌ ଉତ୍କଣ୍ଠା ଆଣିଛି ଓ ଏହି ବିଶ୍ୱ କ୍ରିକେଟ ପାଇଁ ଇତିହାସ ସୃଷ୍ଟି କରିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ରିଦ୍ଧିମାନ ଶାହ (ଉଇକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ମହମ୍ମଦ ସାମି, ଇଶାନ୍ତ ଶର୍ମା, ଉମେଶ ଯାଦବ, ହନୁମା ବିହାରୀ, କୁଲଦୀପ ଯାଦବ ଓ ଶୁବମନ ଗିଲ।
ବାଂଲାଦେଶ ଦଳ: ମୋମିନୁଲ ହକ (ଅଧିନାୟକ), ଲିଟନ ଦାସ (ଉଇକେଟ କିପର), ମେହିଦ ହାସନ, ନୟିମ ହାସନ, ଅଲ- ଅମିନ ହୋସେନ, ଇବାଦତ ହୋସେନ, ମୋସାଡେକ ହୋସେନ, ଶଦମାନ ଇସ୍‌ଲାମ, ତାଇଜୁଲ ଇସ୍‌ଲାମ, ଆବୁ ଜାଏଦ, ଇମରୁଲ କାଏସ, ମହମୁଦୁଲ୍ଲା, ମହମ୍ମଦ ମିଥୁନ, ମୁସ୍‌ଫିକର ରହିମ ଓ ମୁସ୍ତାଫିଜୁର ରହମାନ।
ମ୍ୟାଚ ଆରମ୍ଭ: ଅପରାହ୍ନ ୧ଟା
ସ୍ଥାନ: ଇଡେନ ଗାର୍ଡେନ, କୋଲକାତା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri