Categories: ଖେଳ

ଐତିହାସିକ ଟେଷ୍ଟ ମ୍ୟାଚ୍‌ ପୂର୍ବ ପ୍ରସ୍ତୁତି: ଗୋଲାପୀ ରଙ୍ଗରେ ସଜେଇ ହେଉଛି ଇଡେନ ଗାର୍ଡେନ୍ସ

କୋଲକାତା,୨୦।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ କୋଲକତାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍‌ ପାଇଁ ପୂରା ଷ୍ଟାଡିୟମକୁ ଗୋଲାପୀ ରଙ୍ଗରେ ସଜାଯାଇଛି। ଏହି ଐତିହାସିକ ଟେଷ୍ଟ ପାଇଁ ମଙ୍ଗଳବାର ସକାଳେ ଭାରତୀୟ କ୍ରିକେଟ ଟିମ କୋଲକାତାରେ ପହଞ୍ଚିଛି। ଭାରତୀୟ କ୍ୟାପଟେନ ବିରାଟ କୋହଲି ଓ ଭାଇସ କ୍ୟାପଟେନ ଆଜିଙ୍କ୍ୟ ରାହାଣେ ସକାଳ ୯.୪୦ରେ କୋଲକାତାରେ ପହଞ୍ଚିଥିଲେ। ଏୟାରପୋର୍ଟରେ ପ୍ରଶଂସକ ପିଙ୍କ ଟି-ଶାର୍ଟ ପିନ୍ଧି ଟିମକୁ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଅଢେଇ ଦିନରେ ଇନିଂସ ଓ ୧୩୦ ରନରେ ପରାସ୍ତ କରିଥିଲା।

Share