ଏୟାର ଲିପ୍ଟ ସମୟରେ ଘୁରିଲା ମହିଳାଙ୍କ ଷ୍ଟ୍ରେଚର: ଅବସ୍ଥା ଗୁରୁତର

ଓ୍ବାଶିଂଟନ,୩୦।୧୧: ସାଧାରଣତଃ ବିପଦରେ ପଡିଥିବା ବେଳେ ବା କୌଣସି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଏୟାର ଲିପ୍ଟ କରାଯାଏ। ଯେଉଁଥିରେ ପୀଡିତଙ୍କର ବଞ୍ଚିବାର ଆଶା ବଢି ଯାଇଥାଏ। ହେଲେ ନିକଟରେ ଆମେରିକାର ଏରିଜୋନାରେ ଜଣେ ମହିଳାଙ୍କୁ ଏମିତି ଏୟାର ଲିପ୍ଟ କରାଯାଇଛି ଯାହା ଦେଖିଲେ ସୁସ୍ଥ ଲୋକଙ୍କ ମୁଣ୍ଡ ମଧ୍ୟ ବିଗିଡି ଯିବ। ସୂଚନାଯୋଗ୍ୟ, କଣ୍ଟାଲିନ ମେଣ୍ଟ୍ରୋ(୭୪) ବର୍ଷୀୟ ମହିଳା ପୋଷ୍ଟଓ୍ବୋ ପିକ୍‌ ଯାଇଥିବା ବେଳେ ଅଧାବାଟରେ ଫସି ଯାଇଥିଲେ। ସେଠାରୁ ତାଙ୍କୁ ଏୟାର ଲିପ୍ଟ କରିବାର ଯୋଜନା କରାଯାଇଥିଲା। ହେଲେ ଏୟାର ଲିପ୍ଟ ସମୟରେ ତାଙ୍କ ଷ୍ଟ୍ରେଚରଟି ପବନରେ ପ୍ରାୟ ୧୭୪ ଥର ଘୁରି ଯାଇଥିଲା ବୋଲି ତାଙ୍କ ସ୍ବାମୀ କହିଛନ୍ତି। ଫଳରେ ମହିଳା ଜଣକ ଗୁରୁତର ହୋଇ ପଡିଛନ୍ତି। ଏବେ ଏହି ଭିଡିଓ ଭାଇରାଲ ହେବା ସହ କଣ୍ଟାଲିନ ଓ ତାଙ୍କ ସ୍ବାମୀ ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Share