Categories: ଜାତୀୟ

ଏୟାର ଇଣ୍ଡିଆରେ ଇନ୍ଧନ ସଙ୍କଟ: ଉଡ଼ାଣ ନ କରି ୪ ଘଣ୍ଟା ରନଓ୍ବେରେ ଅଟକି ରହିଲା ଡ୍ରିମ୍‌ଲାଇନର୍‌ ବିମାନ

କୋଚିି, ୨୭।୮: ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏବେ ଏହାର ବିମାନରେ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିବା ପାଇଁ ଇନ୍ଧନ ମଧ୍ୟ ନାହିଁ। ଏୟାର ଇଣ୍ଡିଆରେ ଜାରି ରହିଥିବା ଇନ୍ଧନ ସଙ୍କଟ ସମ୍ପର୍କରେ ଏବେ ଜଣାପଡ଼ିଛି। କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଡ୍ରିମ୍‌ଲାଇନର୍‌ ଯାତ୍ରୀବାହୀ ବିମାନ ୩ ଶହ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିବା ପାଇଁ ରନ୍‌ଓ୍ବେରେ ରହିଥିଲା। ତେବେ ଇନ୍ଧନ ଅଭାବରୁ ଏହା ୪ଘଣ୍ଟା ଅଟକି ରହିଥିଲା। ଇନ୍ଧନ ଯୋଗାଉଥିବା କମ୍ପାନୀ ଉପରେ ୫ ହଜାର କୋଟି ଟଙ୍କାର ବକେୟା ରହିଛିି। ତେଣୁ ସମ୍ପୃକ୍ତ କମ୍ପାନୀ ଇନ୍ଧନ ଦେବାକୁ ମନା କରୁଛନ୍ତି। ତେବେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ପୁରୀଙ୍କ ହସ୍ତକ୍ଷେପ ଯୋଗୁ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ଏହାପରେ ବିମାନ ଗନ୍ତବ୍ୟ ପଥରେ ଯାତ୍ରା କରିଥିଲା।

Share