ଏୟାରପୋର୍ଟ, ସପିଙ୍ଗ୍‌ ମଲ୍‌ରେ ମିଳିବ କୁଲ୍ଲଡ ଚା’

ନୂଆଦିଲ୍ଲୀ,୨୬-୮: ଦେଶର ପ୍ରମୁଖ ରେଳ ଷ୍ଟେଶନ, ବସ୍‌ ଡିପୋ, ଏୟାରପୋର୍ଟ ଓ ସପିଙ୍ଗ୍‌ ମଲ୍‌ରେ ଖୁବଶୀଘ୍ର କୁଲ୍ଲଡରେ ଚା’ ପିଇବାର ମଜା ନେଇ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏ ସଂକ୍ରାନ୍ତରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି। ବର୍ତ୍ତମାନ କେବଳ ବାରାଣସୀ ଓ ରାୟବରେଲି ଷ୍ଟେଶନ ମଧ୍ୟରେ ମାଟିରେ ତିଆରି କୁଲ୍ଲଡରେ ଚା’ବିକ୍ରି ହେଉଛି।
ଦେଶର ୧୦୦ ରେଳ ଷ୍ଟେଶନରେ କୁଲ୍ଲଡରେ ଚା’ ବିକ୍ରି କରିବାକୁ ବାଧ୍ୟତାମୂଳକ କରିବାକୁ ସେ ଗୋୟଲଙ୍କୁ କହିଥିବା ଗଡ଼କରୀ କହିଛନ୍ତି। ଏଥିସହିତ ଏୟାରପୋର୍ଟ ଓ ବସ୍‌ ଡିପୋ ଆଖପାଖ ଅଞ୍ଚଳରେ ମାଟି ପାତ୍ରରେ ଚା’ ବିକ୍ରିକୁ ବାଧ୍ୟତାମୂଳକ କରାଯିବ। ସେହିପରି ସପିଙ୍ଗ୍‌ ମଲ୍‌ରେ କୁଲ୍ଲଡ ବ୍ୟବହାର ପାଇଁ ସରକାରଙ୍କ ପକ୍ଷରୁ ଉତ୍ସାହିତ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ କୁମ୍ଭାରଙ୍କୁ ବଡ଼ ବଜାର ମିଳିଯିବ ଏବଂ ସେମାନଙ୍କୁ ରୋଜଗାର ମିଳିବ। ଏହାଦ୍ୱାରା ପ୍ଲାଷ୍ଟିକ ଓ କାଗଜ କପ୍‌ ଓ ଗ୍ଲାସ୍‌ରେ ଚା’ବିକ୍ରି ବନ୍ଦ ହୋଇଯିବ ଏବଂ ପରିବେଶ ପ୍ରଦୂଷଣଜନିତ କ୍ଷତିକୁ ଅନେକାଂଶରେ କମାଯାଇପାରିବ ବୋଲି ଗଡ଼କରୀ ଯୁକ୍ତି ଦର୍ଶାଇଛନ୍ତି। ଚାହିଦା ବୃଦ୍ଧି କାରଣରୁ ବ୍ୟାପକ ହାରରେ କୁଲ୍ଲଡ ଉତ୍ପାଦନ ଲାଗି ଆବଶ୍ୟକ ଉପକରଣ ଯୋଗାଇବାକୁ ସେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୋଗ ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା କହିଛନ୍ତି ଯେ, କୁଲ୍ଲଡ ତିଆରି କରିବା ଲାଗି ଆୟୋଗ ପକ୍ଷରୁ ଗତବର୍ଷ ୧୦ ହଜାର ଇଲେକ୍ଟ୍ରିକ ଚକ କୁମ୍ଭାରଙ୍କୁ ପ୍ରଦାନ କରାଯାଇଛି। ଚଳିତବର୍ଷ ୨୫ ହଜାର ଚକ ବଣ୍ଟାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ସରକାର କୁମ୍ଭାର ସଶକ୍ତିକରଣ ଯୋଜନା ଅଧୀନରେ କୁମ୍ଭାରଙ୍କୁ ଇଲେକ୍ଟ୍ରିକ ଚକ୍‌ ବାଣ୍ଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri