୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜାଲିଆତି;ବୋର୍ଡ ଗଠନ କଲା ସିଭିସି

ନୂଆଦିଲ୍ଲୀ,୨୬-୮: କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିଭିସି) ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଜାଲିଆତିର ତଦନ୍ତ ତଥା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପାରିସ୍‌ କରିବା ଲାଗି ପୂର୍ବ ଭିଜିଲାନ୍ସ କମିଶନର ଟି.ଏମ୍‌.ଭସିନଙ୍କ ଅଧ୍ୟକ୍ଷତାରେ ଏକ ବ୍ୟାଙ୍କିଙ୍ଗ୍‌ ଜାଲିଆତି ସମ୍ପର୍କିତ ପରାମର୍ଶଦାତା ବୋର୍ଡ(ଏବିବିଏଫ୍‌) ଗଠନ କରିଛନ୍ତି। ପୂର୍ବରୁ ଏହାକୁ ବ୍ୟାଙ୍କ, ବାଣିଜି୍ୟକ ଏବଂ ବିତ୍ତୀୟ ଜାଲିଆତି ସମ୍ପର୍କିତ ପରାମର୍ଶଦାତା ବୋର୍ଡ କୁହାଯାଉଥିଲା। ସିଭିସି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଆର୍‌ବିଆଇ ପରାମର୍ଶରେ ଗଠିତ ଏବିବିଏଫ୍‌ ଜାଲିଆତି, ଠକାମୀ ସଂକ୍ରାନ୍ତୀୟ ସମସ୍ତ ବଡ଼ ମାମଲାର ପ୍ରାଥମିକ ତଦନ୍ତ କରିବ। ବ୍ୟାଙ୍କର ମହାପ୍ରବନ୍ଧକ ସ୍ତରରେ ହୋଇଥିବା ଜାଲିଆତିର ତଦନ୍ତ ଏହି ୪ ସଦସ୍ୟବିଶିଷ୍ଟ ବୋର୍ଡ କରିବେ। ୫୦ କୋଟି ଟଙ୍କାରୁ ଅଧିକ ଜାଲିଆତି ମାମଲାଗୁଡ଼ିକର ପ୍ରାଥମିକ ତଦନ୍ତ ଲାଗି ବ୍ୟାଙ୍କଗୁଡ଼ିକ ବୋର୍ଡ ନିକଟକୁ ପଠାଇବେ। ବୋର୍ଡର ସୁପାରିସ୍‌ ଅଥବା ପରାମର୍ଶ ଗ୍ରହଣ କରି ସମ୍ପୃକ୍ତ ବ୍ୟାଙ୍କ ମାମଲାକୁ ଆଗକୁ ବଢ଼ାଇବେ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି କମିଟିରେ ପୂର୍ବତନ ସହରାଞ୍ଚଳ ବିକାଶ ସଚିବ ମଧୁସୂଦନ ପ୍ରସାଦ, ସୀମା ସୁରକ୍ଷା ବଳର ପୂର୍ବତନ ମହାନିର୍ଦ୍ଦେଶକ ଡି.କେ.ପାଠକ ଓ ଆନ୍ଧ୍ର ବ୍ୟାଙ୍କର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ତଥା ସିଇଓ ସୁରେଶ ଏନ୍‌. ପଟେଲ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri