୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜାଲିଆତି;ବୋର୍ଡ ଗଠନ କଲା ସିଭିସି

ନୂଆଦିଲ୍ଲୀ,୨୬-୮: କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିଭିସି) ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଜାଲିଆତିର ତଦନ୍ତ ତଥା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପାରିସ୍‌ କରିବା ଲାଗି ପୂର୍ବ ଭିଜିଲାନ୍ସ କମିଶନର ଟି.ଏମ୍‌.ଭସିନଙ୍କ ଅଧ୍ୟକ୍ଷତାରେ ଏକ ବ୍ୟାଙ୍କିଙ୍ଗ୍‌ ଜାଲିଆତି ସମ୍ପର୍କିତ ପରାମର୍ଶଦାତା ବୋର୍ଡ(ଏବିବିଏଫ୍‌) ଗଠନ କରିଛନ୍ତି। ପୂର୍ବରୁ ଏହାକୁ ବ୍ୟାଙ୍କ, ବାଣିଜି୍ୟକ ଏବଂ ବିତ୍ତୀୟ ଜାଲିଆତି ସମ୍ପର୍କିତ ପରାମର୍ଶଦାତା ବୋର୍ଡ କୁହାଯାଉଥିଲା। ସିଭିସି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଆର୍‌ବିଆଇ ପରାମର୍ଶରେ ଗଠିତ ଏବିବିଏଫ୍‌ ଜାଲିଆତି, ଠକାମୀ ସଂକ୍ରାନ୍ତୀୟ ସମସ୍ତ ବଡ଼ ମାମଲାର ପ୍ରାଥମିକ ତଦନ୍ତ କରିବ। ବ୍ୟାଙ୍କର ମହାପ୍ରବନ୍ଧକ ସ୍ତରରେ ହୋଇଥିବା ଜାଲିଆତିର ତଦନ୍ତ ଏହି ୪ ସଦସ୍ୟବିଶିଷ୍ଟ ବୋର୍ଡ କରିବେ। ୫୦ କୋଟି ଟଙ୍କାରୁ ଅଧିକ ଜାଲିଆତି ମାମଲାଗୁଡ଼ିକର ପ୍ରାଥମିକ ତଦନ୍ତ ଲାଗି ବ୍ୟାଙ୍କଗୁଡ଼ିକ ବୋର୍ଡ ନିକଟକୁ ପଠାଇବେ। ବୋର୍ଡର ସୁପାରିସ୍‌ ଅଥବା ପରାମର୍ଶ ଗ୍ରହଣ କରି ସମ୍ପୃକ୍ତ ବ୍ୟାଙ୍କ ମାମଲାକୁ ଆଗକୁ ବଢ଼ାଇବେ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି କମିଟିରେ ପୂର୍ବତନ ସହରାଞ୍ଚଳ ବିକାଶ ସଚିବ ମଧୁସୂଦନ ପ୍ରସାଦ, ସୀମା ସୁରକ୍ଷା ବଳର ପୂର୍ବତନ ମହାନିର୍ଦ୍ଦେଶକ ଡି.କେ.ପାଠକ ଓ ଆନ୍ଧ୍ର ବ୍ୟାଙ୍କର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ତଥା ସିଇଓ ସୁରେଶ ଏନ୍‌. ପଟେଲ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ...

ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ...

୨୦୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୮%

ଭୁବନେଶ୍ୱର,୧୭।୪(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧିପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍‌ରେ ଏପରି ଆକଳନ ପ୍ରକାଶ କରିଛି।...

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri