ଏୟାରପୋର୍ଟ ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ନାବାଳକ/ସାବାଳକ ସେ ନେଇ ପୋଲିସ ତାଙ୍କ ସାର୍ଟିଫିକେଟ ଯାଞ୍ଚ କରୁଛି।

ଅଭିଯୋଗ ମୁତାବକ, ନାବାଳିକା ଜଣଙ୍କ ସନ୍ଧ୍ୟାରେ ଘର ନିକଟରେ ଖେଳୁଥିଲେ। ଏହି ସମୟରେ ନାବାଳିକାଙ୍କ ଘର ପାଖରେ ରହୁଥିବା ଅଭିଯୁକ୍ତ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଘର ପଛପଟକୁ ଡାକି ନେଇ ବଳାତ୍କାର କରିଥିଲେ। ନାବାଳିକା ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକା ପରିବାରଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରି ଥାନାରେ ଅଟକ ରଖିଛି।