ଏହି ୪ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଖାଲି ପାଦରେ ଘାସ ଉପରେ ଚାଲନ୍ତୁ

ସାଧାରଣତଃ ପାର୍କ ହେଉ କି ପଡିଆରେ ଲୋକଙ୍କୁ ଜୋତା କିମ୍ବା ଚପଲ ପିନ୍ଧି ବ୍ୟାୟାମ କରିବା ଦେଖାଯାଏ। ଚପଲ ପିନ୍ଧି ଚାଲିବା ଅପେକ୍ଷା ବିନା ଚପଲରେ ଚାଲିଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ଶରୀର ତାଜା ହେବା ସହ ଅନେକ ରୋଗରୁ ମୁକ୍ତି ମିଳିବ।

ଜାଣନ୍ତୁ ଖାଲି ପାଦରେ ଚାଲିରେ କ’ଣ ମିଳିବ ଫାଇଦା:
ପାଦ ଯନ୍ତ୍ରଣାରୁ ମିଳିବ ମୁକ୍ତି
ବୟସ ବଢିବା ସହ ଆଣ୍ଠୁଗଣ୍ଠି ସମସ୍ୟା ବେଶୀ ଦେଖାଦିଏ। ଏହାସହ ପାଦରେ ବି ଯନ୍ତ୍ରଣା ଅନୁଭବ ହୁଏ। ଏହି ସମୟରେ ଯଦି ଖାଲି ପାଦରେ ଘାସ ଉପରେ ଚାଲିବେ ତେବେ ଏପାଦ ଯନ୍ତ୍ରଣାରୁ ମୁକ୍ତି ମିଳିବ। ଖାଲି ପାଦରେ ଚାଲିଲେ ରକ୍ତ ସଂଚାଳନ ଠିକ୍‌ ଭାବେ ହୋଇଥାଏ।

ଅନିଦ୍ରା ଦୂର ହେବ
ରାତିରେ ଅନିଦ୍ରା ରହିଲେ ଶରୀରରେ ବିଭିନ୍ନ ରୋଗ ଦେଖାଦିଏ। ଯଦି ରାତିରେ ନିଦ ହେଉନି ତେବେ ପ୍ରତିଦିନ ସନ୍ଧ୍ୟାରେ ଅତିକମ୍‌ରେ ଖାଲି ପାଦରେ ୧୫ ମିନିଟ୍‌ ଚାଲନ୍ତୁ।

ଦୃଷ୍ଟିଶକ୍ତି ବଢେ
ପାଦରେ ଏକପ୍ରକାର ପ୍ରେସର୍‌ ପଏଣ୍ଟ୍‌ ଥାଏ। ସକାଳୁ ଖାଲି ପାଦରେ ଘାସରେ ଚାଲିଲେ ଏହି ପ୍ରେସର ପଏଣ୍ଟ ଶକ୍ତିଶାଳୀ ହୋଇଥାଏ। ସକାଳୁ କାକର ପଡିଥିବା ସବୁଜ ଘାସକୁ ଚାହଁିଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ।

ଶିରାପ୍ରଶିରା ମଜଭୁତ ହୁଏ
ଖାଲି ପାଦରେ ଘାସରେ ଚାଲିଲେ ଶିରପ୍ରଶିରା ମଜଭୁତ୍‌ ହୁଏ।