ଏହି ୪ଟି ରୋଗରେ ଆକ୍ରାନ୍ତ ଲୋକ କାଜୁଠାରୁ ଦୂରେଇ ରୁହନ୍ତୁ

ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁଟର୍‌ସ ଖାଇଥାନ୍ତି। ଏହାବ୍ୟତୀତ କାଜୁକୁ ତରକାରି ଓ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। କେତେକ ମିଠା କେବଳ କାଜୁରେ ହିଁ ପ୍ରସ୍ତୁତି ହୋଇଥାଏ। ତେବେ ଏହା ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ କାଜୁ ଆଦୌ ଲାଭଦାୟକ ହୋଇ ନ ଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ପେଟ ସମସ୍ୟା ଥିବା ବ୍ୟକ୍ତି
ଯେଉଁ ବ୍ୟକ୍ତିଙ୍କ ପେଟ ସମସ୍ୟା ଥିବ, ତାଙ୍କୁ କାଜୁଠାରୁ ଦୂରେଇ ରଖିବା ଜରୁରୀ । ନଚେତ୍‌ ଏହି ସମସ୍ୟା ଅଧିକ ବଢ଼ିବା ଆଶଙ୍କା ଦେଖାଯାଇଥାଏ।

ଉଚ୍ଚ ରକ୍ତଚାପ
ଏହି ବ୍ୟକ୍ତି ମଧ୍ୟ କାଜୁ ଖାଇବା ଉଚିତ ହୋଇ ନ ଥାଏ। କାରଣ ଏଥିରେ ଥିବା ସୋଡିୟମ ରକ୍ତଚାପକୁ ବଢ଼ାଇ ଦେଇଥାଏ।

ଅଧକପାଳି ମୁଣ୍ଡବିନ୍ଧା

ଅଧକପାଳି ମୁଣ୍ଡବିନ୍ଧା ହେଉଥିବା ଲୋକେ ଏହାକୁ ନ ଖାଇବା ଭଲ। ଏଥିରେ ଥିବା ଏମିନୋ ଏସିଡ୍‌ ମୁଣ୍ଡ ବିନ୍ଧା ବଢ଼ାଇଥାଏ।

ପିତ୍ତକୋଷରେ ଷ୍ଟୋନ୍‌:

ପିତ୍ତକୋଷରେ ଷ୍ଟୋନ୍‌ ହୋଇଥିବା ଲୋକ ଏହାକୁ ଖାଇବା ମନା।