ଏହି ହୋଟେଲରେ ଯାଆଁଳାମାନେ ପରଷନ୍ତି ଖାଦ୍ୟ…

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ଏବଂ ଯାଆଁଳା। ହୋଟେଲ ପକ୍ଷରୁ ଯାଆଁଳା ଭଉଣୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥାଏ। ନିୟମ ଅନୁସାରେ କେବଳ ଯାଆଁଳା ଝିଅମାନଙ୍କୁ ଏଠାରେ ଚାକିରି ମିଳିଥାଏ। ଏହି ହୋଟେଲ ହେଉଛି ‘ଦି ଟୁଇନ୍‌ ଷ୍ଟାର୍‌ ଡିନର୍‌’। ହୋଟେଲରେ ଖାଦ୍ୟ ଖାଇବା ପାଇଁ ତିନି ମାସ ଆଗରୁ ବୁକିଂ କରିବାକୁ ପଡ଼ିଥାଏ। ଦେଶ ବିଦେଶରୁ ପର୍ଯ୍ୟଟକ ହୋଟେଲର ଯାଆଁଳା ଭଉଣୀମାନଙ୍କୁ ଦେଖିବାକୁ ଆସିଥାନ୍ତି। ଯାଆଁଳା ମହିଳା କର୍ମଚାରୀଙ୍କୁ ନେବା ଆଣିବା କରିବା ପାଇଁ ହୋଟେଲ ପକ୍ଷରୁ ସ୍ବତନ୍ତ୍ର ବସ୍‌ର ବ୍ୟବସ୍ଥା ରହିଛି। ଏହି ବସ୍‌ ରାସ୍ତାରେ ଗଲାବେଳେ ଲୋକମାନେ ଯାଆଁଳା ଯୋଡ଼ାଙ୍କୁ ଦେଖିବାକୁ ମଧ୍ୟ ଭିଡ଼ ଜମାଇଥାନ୍ତି।

Share