ଏହି ହଲିଉଡ୍‌ କଳାକାରଙ୍କ ଫଟୋକୁ କିସ୍‌କରି ଶୋଉଥିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ତାଙ୍କ ଭଉଣୀ ଅନିଶାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ସବୁବେଳେ ସେମାନେ ପରସ୍ପରର ସିକ୍ରେଟ ସେୟାର କରିଥାନ୍ତି। କେବଳ ସେତିକି ନୁହେଁ, ଗୋଟିଏ ସମୟରେ ଜଣେ ହଲିଉଡ୍‌ ଅଭିନେତା ଉଭୟ ଭଉଣୀଙ୍କର କ୍ରସ୍‌ ଥିଲା। ଏକ ସାକ୍ଷାତକାରରେ ଦୀପିକା ଏହା କହିଛନ୍ତି। ତାଙ୍କ କହିବା ଅନୁସାରେ, ଉଭୟ ଭଉଣୀ ଗୋଟିଏ ରୁମ୍‌ରେ ରହୁଥିଲେ। ଉଭୟଙ୍କର ହଲିଉଡ୍‌ କଳାକାର ଲିୟୋନାର୍ଡୋ ଡିକାପ୍ରିୟୋ ବହୁତ ପସନ୍ଦ ଥିଲେ। ତେଣୁ ସେମାନଙ୍କ ଶୋଇବା ଘର କାନ୍ଥରେ ଲିୟୋନାର୍ଡୋଙ୍କ ବହୁତ ଫଟୋ ଲଗାଇଥିଲେ। ଉଭୟ ଶୋଇବା ପୂର୍ବରୁ ଲୋୟୋଙ୍କ ଫଟୋକୁ କିସ୍‌ କରୁଥିଲେ ବୋଲି ଦୀପିକା କହିଛନ୍ତି।


ବର୍ତ୍ତମାନ ଦୀପିକା ସ୍ବାମୀ ରଣବୀରଙ୍କ ସହ ସେଲ୍ଫ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ସମୟରେ ସେ ଭଉଣୀ ଅନିଶାଙ୍କୁ ବହୁତ ମିସ୍‌ କରୁଛନ୍ତି। ଭଉଣୀଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଫୋଷ୍ଟକରି ସେ ଲେଖିଛନ୍ତି, ‘ପିନଟ, ତୁ ବହୁତ ମନେ ପଡ଼ୁଛୁ’।

Share