ଏହି ସମୟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଜଳ ହିଁ ଜୀବନ। ଜଳ ବିନା ଜୀବନ କଳ୍ପନା ଅସମ୍ଭବ, ସମସ୍ତଙ୍କୁ ବଞ୍ଚିରହିବାକୁ ହେଲେ
ପାଣି ନିହାତି ଜରୁରି। ଏହା ଶରୀରକୁ ସୁସ୍ଥ ରଖିଥାଏ। ଶରୀରେ ୬୦ ପ୍ରତିଶତ ଜଳ ଥାଏ। ତେବେ ଯେତେବେଳେ ଶୋଷ ଲାଗିଥଏ ଆମେ ତୁରନ୍ତ ପାଣି ପିଇ ଥାଉ। ମାତ୍ର ତାହା ଠିକ୍‌ ନୁହେଁ ତେବେ ଜାଣନ୍ତୁ ପାଣି ପିଇବାର ଠିକ୍‌ ଓ ଭୁଲ ସମୟ ସମ୍ପର୍କରେ।

ଶରୀରକୁ ସୁସ୍ଥ ରଖିବା ପାଇଁ ଗୋଟିଏ ଦିନରେ ଅତି କମରେ ୨ ଲିଟର ପାଣି ପିଇବା ଉଚିତ୍‌। ସଠିକ୍‌ ପରିମାଣର ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଏହା ସହ ଶରୀରର କୋଷଗୁଡ଼ିକ ମଜବୁତ ହୁଏ।

ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା ହେତୁ ଦୁର୍ବଳ ଅନୁଭବ ହୁଏ। ଜଳିୟଅଂଶ ଅଭାବରୁ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ଦେଖାଯାଇଥାଏ।

ଶୋଇବା ପୂର୍ବରୁ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ କ୍ଷତକାରକ ହୋଇପାରେ। ଯଦି ଆପଣ ଶୋଇବା ପୂର୍ବରୁ ପାଣି ପିଅନ୍ତି, ତେବେ ଆପଣଙ୍କୁ ରାତିରେ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ। ଯେଉଁ କାରଣରୁ ନିଦ ଠିକ୍‌ ଭାବେ ହୋଇ ନ ଥାଏ॥ ନିଦ୍ରା ଅଭାବରୁ ଅନେକ ରୋଗ ହେବାର ଆଶଙ୍କା ଥାଏ।

ରାତିରେ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଜରୁରୀ। ଏହି ସମୟରେ ପାଣିପିଇବା ପରେ ଶରୀରରେ ଥିବା ବ୍ୟାକ୍ଟେରିଆ ବାହାରକୁ ବାହାରିଥାଏ। ଏହି ସମୟରେ ଉଷୁମ ପାଣି ପିଇବା ଫଳରେ ହଜମ ପକ୍ରିୟା ସହଜ ହୋଇଥାଏ।

ଶୋଇବା ପୂର୍ବରୁ ଯଦି ପାଣି ପିଇବା ଅଭ୍ୟାସ ଅଛି, ତେବେ ଶୋଇବାର ଅଧଘଣ୍ଟା ପୂର୍ବରୁ ପିଅନ୍ତୁ। ଏହା ପାଣି ପିଇବାର ଠିକ୍‌ ସମୟ ହୋଇଥାଏ।