Categories: ଖେଳ

ଏହି ଶିଶୁ କ୍ରିକେଟରଙ୍କୁ ଦେଖି ସଚିନଙ୍କ ଆଖିରେ ଆସିଲା ଲୁହ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ନୂଆବର୍ଷକୁ ଏକ ଭାବୁକ ଏବଂ ପ୍ରେରଣାଦାୟୀ ଭିଡିଓ ଶେୟାର କରି ଆରମ୍ଭ କରିଛନ୍ତି। ନିଜ ବ୍ୟାଟିଂ ଦ୍ୱାରା କୋଟି କୋଟି ଲୋକଙ୍କ ପ୍ରେରଣା ସାଜିଥିବା ସଚିନ ଟୁଇଟରରେ ଏକ ଭାବୁକ ଭିଡିଓ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ଏକ ଛୋଟ ଶିଶୁ କ୍ରିକେଟ ଖେଳୁଥିବା ନଜରକୁ ଆସିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ମଦା ରାମ ନାମକ ଉକ୍ତ ଶିଶୁଟିର ଦୁଇଟି ଗୋଡ ନାହିଁ। ହାତ ଦ୍ୱାରା ସେ ଖେଳୁଛନ୍ତି ଏବଂ ଦୌଡି ଦୌଡି ରନ୍‌ ପୂରଣ କରୁଛନ୍ତି। ସଚିନ ଏହି ଭିଡିଓ ଶେୟାର କରି କ୍ୟାପଶନ୍‌ରେ ଲେଖିଛନ୍ତି, ନୂଆବର୍ଷର ଆରମ୍ଭ ଏହି ପ୍ରେରଣାଦାୟୀ ଭିଡିଓ ଦେଖି କରନ୍ତୁ। ମଦା ରାମ ନିଜ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଛନ୍ତି। ତାଙ୍କୁ ଦେଖି ମୋ ମଧ୍ୟରେ ଏକ ନୂତନ ଶକ୍ତି ଜାଗ୍ରତ ହେଉଛି। ଆଶା କରୁଛି ଆପଣଙ୍କ ମଧ୍ୟରେ ବି ଏହି ପ୍ରେରଣା ସାକାର ହେବ।

Share