Categories: ଖେଳ

ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍‌’

ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍‌ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା ପେହେଲବାନ୍‌’ ଭାବେ ଜଣାଶୁଣା। ବୀରେନ୍ଦ୍ର ନାଗପୁରର ଜଣେ ମୂକ ବଧିର ଯୁବତୀ ଅଞ୍ଜଳିଙ୍କୁ ବିବାହ କରୁଛନ୍ତି। ଅଞ୍ଜଳି ଅନାଥ। ତାଙ୍କୁ ସେ ମନ୍ଦିରରେ ବିବାହ କରିବେ। ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣପତ୍ର ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ନିଶ୍ଚିତ ଭାବେ ଆଶୀର୍ବାଦ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ବିରେନ୍ଦ୍ର। ୧୯୮୬ ଏପ୍ରିଲ ୧ରେ ବୀରେନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ସେ ଜନ୍ମରୁ ମୂକ। ୯ ବର୍ଷ ବୟସରୁ କୁସ୍ତିରେ ପାଦ ରଖିଥିବା ବୀରେନ୍ଦ୍ର ୪ ଡିଫ୍‌ ଅଲିମ୍ପିକ୍ସ ଓ ୨ଟି ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାଗ ନେଇ ୩ ଗୋଲ୍ଡ, ୧ ସିଲ୍‌ଭର ଓ ୨ଟି ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳ ହୋଇଛନ୍ତି।

Share