Categories: ଖେଳ

ଏହି ମହିଳା କ୍ରିକେଟରଙ୍କୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ

ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍‌ ଓ୍ବାଟ୍‌ ଏବଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥାଏ। ଏପରିକି ଉଭୟ ପ୍ରେମରେ ପଡିଥିବା ମଧ୍ୟ ଆଲୋଚନା ହୁଏ। ନିକଟରେ ଭାରତର ଅଣ୍ଡର-୧୯ କ୍ରିକେଟ ଦଳର ଅଲରାଉଣ୍ଡର ଅର୍ଜୁନଙ୍କୁ ନେଇ ଡାନିଏଲ ଏକ ବଡ ଖୁଲାସା କରିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଡାନିଏଲ କହିଛନ୍ତି, ପ୍ରଥମେ ଲଡ୍ସରେ ଆମେ ଦୁହେଁ ଭେଟ ହୋଇଥିଲୁ। ୨୦୦୯-୧୦ରେ ଯୁବ କ୍ରିକେଟରଙ୍କ ସହ ଅଭ୍ୟାସ କରୁଥିଲି। ସେତେବେଳେ ଅର୍ଜୁନଙ୍କୁ ୧୦ ବର୍ଷ ହୋଇଥିବ। ମୁଁ ଅର୍ଜୁନଙ୍କୁ ବୋଲିଂ କରେ ସେ ଭଲ ବ୍ୟାଟିଂ ମଧ୍ୟ କରନ୍ତି। ଚାହୁଁ ଚାହୁଁ ଅର୍ଜୁନ ଭଲ ପେସ୍‌ ବୋଲିଂ ମଧ୍ୟ କରିବା ଆରମ୍ଭ କଲେ। ଥରେ ସେ ମୋ ମୁଣ୍ଡକୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ବୋଲି ଓ୍ବାଟ୍‌ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅର୍ଜୁନ ଏବଂ ଓ୍ବାଟ୍‌ଙ୍କୁ ଲଣ୍ଡନରେ ଏକତ୍ର ବୁଲାବୁଲି କରୁଥିବାର ଦେଖାଯାଇଥିଲା। ଅର୍ଜୁନ ଅଧିକାଂଶ ସମୟ ଇଂଲଣ୍ଡରେ ରହି କ୍ରିକେଟ୍‌ ଟ୍ରେନିଂ ନେଉଥିବାବେଳେ ଡାନିଏଲ ତାଙ୍କ ଦେଖାକରିବାକୁ ଆସିଥାନ୍ତି ବୋଲି ଚର୍ଚ୍ଚା ହୁଏ। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା। ୨୦୧୪ରେ ଡାନିୟଲ୍‌ ନିଜ ଟୁଇଟର୍‌ରେ କୋହଲିଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚ୍ଚାକୁ ଆସିଥିଲେ।

Share