ଏହି ମହାଦେଶରେ ରହିଛି ମାତ୍ର ଗୋଟିଏ ଏଟିଏମ୍‌

ଓ୍ବାଶିଂଟନ ୨୯।୫: ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ରହିଛି ଗୋଟିଏ ମାତ୍ର ଏଟିଏମ୍‌। ଏଠାକାର ଏକ କୋଟି ୪୦ ଲକ୍ଷ କିଲୋମିଟର କ୍ଷେତ୍ରଫଳ ଅଞ୍ଚଳରେ ୧୯୯୮ରେ ୨ଟି ଏଟିଏମ୍‌ ସ୍ଥାପନ କରାଯାଇଥିଲା। ତେବେ ଏବେ ସେଥି ମଧ୍ୟରୁ ଗୋଟିଏ ଖରାପ ହୋଇଯାଇଛି। ଏତେ ବଡ଼ ଅଞ୍ଚଳରେ ଥିବା ଗୋଟିଏ ଏଟିଏମ୍‌ ଗିନିଜ୍‌ ଓ୍ପାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। କାମ କରୁଥିବା ଏଟିଏମ୍‌ରେ କେବଳ ଆମେରିକୀୟ ମୁଦ୍ରା ହିଁ ମିଳିଥାଏ। ଏଠାକାର ୯୦ ପ୍ରତିଶତ ଅଞ୍ଚଳ ବର୍ଷସାରା ବରଫାବୃତ୍ତ ରହିଥାଏ। ତାପମାତ୍ରା ମାଇସନ୍‌ ୬୦ ଡିଗ୍ରୀ ସେଲସିୟସ୍‌ ରହିଥାଏ। ୧୯୮୩ରେ ଏଠାକାର ତାପମାତ୍ରା ମାଇନସ୍‌ ୯୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ନାସା ଅନୁସାରେ ଜଳବାୟୁ ବଦଳିବା ସହିତ ଏଠାରେ ଥିବା ମୈକମଣ୍ଡୋ ଷ୍ଟେଶନର ଜନସଂଖ୍ୟା ୨ ଶହ ୫୦ରୁ ଏକ ହଜାର ମଧ୍ୟରେ ରହିଥାଏ। ପ୍ରବଳ ଥଣ୍ଡାଯୋଗୁ ଏଠାକୁ ଯିବାକୁ ଲୋକେ ଅମଙ୍ଗ ହୋଇଥାନ୍ତି।

Share