Categories: ଫୁରସତ

ଏହି ମନ୍ଦିରରେ ପାଳନ ହୁଏ ‘ନେକେଡ୍‌ ଫେଷ୍ଟିଭାଲ’

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଜାପାନରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି। ପ୍ରତିବର୍ଷ ଫେବୃୟାରୀ ମାସର ଦ୍ୱିତୀୟ ଶନିବାର ଦିନ ହଡ୍‌କା ମସ୍ତୁରୀ ନାମକ ଏକ ଉତ୍ସବ ପାଳନ କରାଯାଏ। ଏହାକୁ ‘ନେକେଡ୍‌ ଫେଷ୍ଟିଭାଲ୍‌’ ମଧ୍ୟ କୁହାଯାଏ। ଏହି ଉତ୍ସବକୁ ଲୋକମାନେ କମ କପଡା ପିନ୍ଧି ଆସିଥାନ୍ତି। ଜାପାନରେ ଓକାୟାମା ସହରରେ ଥିବା ସୌଦାଇଜି କାନ୍ନୋନିନ୍‌ ମନ୍ଦିରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଫେବୃୟାରୀ ୧୫ରେ ମଧ୍ୟ ‘ନେକେଡ୍‌ ଫେଷ୍ଟିଭାଲ୍‌’ର ଆୟୋଜନ କରାଯାଇଥିଲା। ଏଠାକୁ ଆସିଥିବା ଲୋକେ କେବଳ ଏକ ଧଳା ରଙ୍ଗର ଛୋଟ ତଉଲିଆ ପିନ୍ଧିଥାନ୍ତି। ଏହାକୁ ସ୍ଥାନୀୟ ଭାଷାରେ ଫୁଦେଶୀ ବୋଲି କୁହାଯାଏ। ଏହି ଉତ୍ସବ ମାତ୍ର ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲେ। ଗୋଟିଏ ସ୍ଥାନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଛିଡା ହୋଇ ରହିଥାନ୍ତି। ସେମାନଙ୍କ ଉପରେ ଠାକୁରଙ୍କ ଫୁଲ ପକାଯାଏ। କଥିତ ଅଛି, ଯିଏ ଏହାକୁ ଧରନ୍ତି ସେମାନଙ୍କ ପାଇଁ ବର୍ଷଟି ଭଲରେ ବିତେ। ଏହି ଉତ୍ସବରେ ଯୋଗ ଦେବାକୁ ଜାପାନର ବିଭିନ୍ନ ସହରରୁ ଲୋକ ଆସନ୍ତି।

Share