Categories: ଫୁରସତ

ଏହି ମନ୍ଦିରରେ ଦୀପରୁ ବହେ କେଶର ଠୋପା…

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ରହସ୍ୟର ସମାଧାନ କରିବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇ ନ ଥାଏ। ମଧ୍ୟପ୍ରଦେଶ ମନାସା ସହରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅହ୍ଲେଡଠାରେ ରହିଛି ‘ଆଈ ଜୀ ମାତା’ଙ୍କ ମନ୍ଦିର। ମନ୍ଦିରରେ ୫୫୦ ବର୍ଷ ଧରି ଏକ ଦୀପ ଜଳୁଛି। ଏହି ଅଖଣ୍ଡ ଦୀପ କେବେ ମଧ୍ୟ ଲିଭି ନାହିଁ ବୋଲି ଅଞ୍ଚଳର ପୁରୁଖା ଲୋକେ କୁହନ୍ତି। ଦୀପରୁ କଳା ପରିବର୍ତ୍ତେ କେଶର ଠୋପା ନିର୍ଗତ ହୋଇଥାଏ। ଏହାକୁ ଶ୍ରଦ୍ଧାଳୁ ମା’ଙ୍କ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି। କେଶରକୁ ଆଖିରେ ଲଗାଇଲେ ବିଭିନ୍ନ ଆଖିରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରତିଦିନ ମନ୍ଦିରରେ ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

Share