ଏହି ମନ୍ଦିରରେ ଥିବା ମୋଟର ସାଇକେଲକୁ ପ୍ରତିଦିନ ଶ୍ରଦ୍ଧାଳୁ କାହିଁକି ପୂଜା କରନ୍ତି

ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍‌ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ ପଡ଼େ। ସେଠାରେ ଏକ ମୋଟର ସାଇକେଲ ୩୫୦ ସିସି ରୟାଲ ଏନ୍‌ଫିଲ୍‌ଡ଼ ବୁଲେଟ ଅଛି। ଏହି ମନ୍ଦିରକୁ ତିଆରି କରିବାର ଯୋଜନା ହାୱାଡ଼ାର ବାସିନ୍ଦା ଅନୁତୋଷ ବାନାର୍ଜୀ କରିଥିଲେ। ହଜାର ହଜାର ଲୋକ ନିଜର ସୁରକ୍ଷିତ ଯାତ୍ରାର ପ୍ରାର୍ଥନା କରିବାକୁ ଏଠାକୁ ଆସନ୍ତି। ୨ ଡ଼ିସେମ୍ବର ୧୯୮୮ରେ ଓମ୍‌ ବନ୍ନା (ଯାହାଙ୍କୁ ଲୋକମାନେ ଓମ୍‌ ସିଂହ ରାଠୋର ନାମରେ ଜାଣନ୍ତି) ପାଲିର ପାର୍ଶ୍ୱବର୍ତ୍ତୀ ସହର ବାଙ୍ଗଡ଼ିରୁ ଚୋଟିଲା ଯାତ୍ରା କରୁଥିଲେ। ସେ ସମୟରେ ସେ ମୋଟର ସାଇକେଲରୁ ନିଜର ନିୟନ୍ତ୍ରଣ ହରାଇ ଦେଲେ ଓ ଗୋଟେ ଗଛରେ ବାଡ଼େଇଦେଲେ। ଏହି ଦୁର୍ଘଟଣାରେ ଓମ୍‌ ବନ୍ନାଙ୍କର ମୃତ୍ୟୁ ହୋଇଯାଇଥିଲା ଓ ମୋଟର ସାଇକେଲ ପାହାଡ଼ ତଳକୁ ପଡ଼ିଯାଇଥିଲା। ତା’ପର ଦିନ ପୋଲିସ୍‌ ସେ ମୋଟର ସାଇକେଲକୁ ଜବତ କରି ପୋଲିସ୍‌ ଷ୍ଟେସନ୍‌କୁ ନେଇଯାଇଥିଲା। କିନ୍ତୁ ତା ପର ଦିନ ଷ୍ଟେସନ୍‌ରୁ ଅନ୍ତର୍ଦ୍ଧାନ ହୋଇ ପୁଣି ପୂର୍ବସ୍ଥାନରେ ମିଳିଲା। ଏହି ପରି ଅନେକଥର ହେବା ପରେ ସ୍ଥାନୀୟ ଲୋକମାନେ ଏହାକୁ ଚମତ୍କାର ବୋଲି ମାନିନେଲେ। ସେମାନେ ସେ ବୁଲେଟ୍‌କୁ ପୂଜା କରିବା ଆରମ୍ଭ କରିଦେଲେ। ଏହି ଚମତ୍କାରିତା ସମ୍ପର୍କରେ ଆଖପାଖ ଲୋକମାନେ ଜାଣିବା ପରେ ସେଠାରେ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ମନ୍ଦିର ମଧ୍ୟ କରାଗଲା ଓ ଏହି ମନ୍ଦିରରେ ପ୍ରାର୍ଥନା କଲେ ଯାତ୍ରା ସୁରକ୍ଷିତ ହୁଏ ବୋଲି ସାଧାରଣ ଲୋକଙ୍କର ଧାରଣା।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ୍ ଧମକ ପରେ ଟ୍ରମ୍ପଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏସବୁ କଥା

ନୂଆଦିଲ୍ଲୀ,୧୧।୧୨: ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri