ଏହି ଭାରତୀୟ ଯୁବକଙ୍କୁ ଟ୍ରମ୍ପ କାହିଁକି ଦେଲେ ସ୍ବତନ୍ତ୍ର ଉପହାର

ଆଗ୍ରା,୨୫।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଧର୍ମଣୀ ମେଲାନିଆ ଟ୍ରମ୍ପଙ୍କ ସମେତ ଝିଅ ଜ୍ୱାଇଁ ପ୍ରଥମ ଥର ଭାରତକୁ ଆସିଛନ୍ତି। ସୋମବାର ଟ୍ରମ୍ପ ଓ ମେଲାନିଆ ଆଗ୍ରାରେ ଥିବା ତାଜମହଲକୁ ପରିଦର୍ଶନ କରିଥିଲେ। ସେହି ସମୟରେ ଟ୍ରମ୍ପ ଜଣେ ଭାରତୀୟ ଯୁବକଙ୍କୁ ଏକ ଉପହାର ଭେଟି ଦେଇଛନ୍ତି। ଏହି ଉପହାରରେ କିଛି ସ୍ବତନ୍ତ୍ରତା ରହିଛି। ଏଥିରେ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ବେଳେ ହ୍ବାଇଟ୍‌ ହାଉସ୍‌ର ଲୋଗୋ ମଧ୍ୟ ରହିଛି। ତେବେ ଏହି ଉପହାର କାହିଁକି ଦିଆଯାଇଥିଲା ଜାଣିଛନ୍ତି କି। କାରଣ ଟ୍ରମ୍ପ ତାଜମହଲରେ ବୁଲୁଥିବା ବେଳେ ସେ ସମ୍ପର୍କିତ ୭ଟି ପ୍ରଶ୍ନ ଗାଇଡ୍‌ ନୀତିନ ସିଂହଙ୍କୁ ପଚାରିଥିଲେ। ସେହି ସମୟରେ ନୀତିନ ବହୁ ଧର୍ଯ୍ୟ ଓ ବିନମ୍ରତାର ସହ ତାଜମହଲ ବିଷୟରେ ବିସ୍ତୃତ ଭାବେ ଉତ୍ତର ଦେଇଥିଲେ। ଏଥିସହ ଶାହଜହାଁ ଓ ମୁମତାଜଙ୍କ ପ୍ରେମ କାହାଣୀ ମଧ୍ୟ ଶୁଣାଇଥିଲେ। ନୀତିନଙ୍କ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇ ଟ୍ରମ୍ପ ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ସ୍ବରୁପ ଭେଟି ଦେଇଥିବା ଜଣାପଡ଼ିଛି।

Share