ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟା ହୋଇଥିଲେ ବିଶ୍ୱସୁନ୍ଦରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କେବଳ ସୁନ୍ଦର ଚେହେରାକୁ ନେଇ ନୁହେଁ, ଭଲ ହୃଦୟ ଏବଂ ବ୍ୟବହାରକୁ ନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଜଣେ। ଐଶ୍ୱର୍ଯ୍ୟା ନିଜର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ଯ୍ୟ ବ୍ୟତୀତ ଉତ୍ତମ ଆଚରଣକୁ ନେଇ ଦର୍ଶକଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ରାଜ୍‌ କରୁଛନ୍ତି। ଯେଉଁଥି ପାଇଁ୧୯୯୪ ମସିହାରେ ସେ ବିଶ୍ୱସୁନ୍ଦରୀ ହୋଇଥିଲେ। କିନ୍ତୁ ସେ କେଉଁ ପ୍ରଶ୍ନର ଉତ୍ତର ଦେଇ ଏହି ସୌଭାଗ୍ୟ ଅର୍ଜନ କରିଥିଲେ ଜାଣନ୍ତି…


୨୧ ବର୍ଷରେ ପିନ୍ଧିଥିଲେ ବିଶ୍ୱସୁନ୍ଦରୀ ମୁକୁଟ :
୧୯୯୪ ମସିହାରେ ହୋଇଥିବା ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ୮୭ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ଐଶ୍ୱର୍ଯ୍ୟାଙ୍କୁ ସେତେବେଳେ ମାତ୍ର ୨୧ ବର୍ଷ। ତାଙ୍କୁ ପଚରାଯାଇଥିଲା ବିଶ୍ୱସୁନ୍ଦରୀ ହେବା ପାଇଁ କେଉଁ ଗୁଣର ଅଧିକାରୀ ହେବା ଜରୁରୀ। ଏହି ପ୍ରଶ୍ନର ଉତ୍ତରରେ ଐଶ୍ୱର୍ଯ୍ୟା କହିଥିଲେ, ଏବେସୁଦ୍ଧା ମୁଁ ଯେତେ ବିଶ୍ୱସୁନ୍ଦରୀ ଦେଖିଛି ସମସ୍ତଙ୍କ ନିକଟରେ ଦୟାଭାବ ରହିଛି। ମୁଁ ଏମିତି ଲୋକଙ୍କୁ ଦେଖିଛି, ଯିଏକି ରାଷ୍ଟ୍ରୀୟତା ଏବଂ ବର୍ଣ୍ଣ ଭେଦ ଠାରୁ ବହୁ ଊର୍ଦ୍ଧ୍ୱରେ। ଆମେ ତାଙ୍କୁ ଦେଖି ଆଗକୁ ବଢ଼ିବା ଦରକାର। ଯେଉଁଥିରେ ପ୍ରକୃତ ବିଶ୍ୱସୁନ୍ଦରୀ ସମ୍ମାନ ମିଳିବ। ଐଶ୍ୱର୍ଯ୍ୟାଙ୍କ ଏପରି ଉତ୍ତର ଶୁଣି ବିଚାରପତି ଖୁସି ହୋଇ ତାଙ୍କୁ ବିଶ୍ୱସୁନ୍ଦରୀ ପାଇଁ ଚୟନ କରିଥିଲେ।

Share