ଏହି ପାଣି କିଡ୍‌ନୀ ଷ୍ଟୋନ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌ ଏବଂ ପୋଟାସିୟମ୍‌ ଥାଏ। ଫଳରେ ଏହା କିଡ୍‌ନୀ ଷ୍ଟୋନ ସମେତ ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର କରିଥାଏ। ପୋଟାସିୟମ୍‌ ରକ୍ତଚାପ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ପଇଡ଼ ପାଣି ପିଇଲେ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ଏହା ପାଚନକ୍ରିୟାକୁ ମଧ୍ୟ ସ୍ବାଭାବିକ କରେ।

Share