Categories: ଖେଳ

ଏହି ପଦବୀ ହାତେଇବାକୁ ଚାହୁଁଛନ୍ତି ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୩।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ମଜାକିଆ ପୋଷ୍ଟ କରି ସେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏକ ଟୁଇଟ କରି ଚୟନକର୍ତ୍ତା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋତେ ଚୟନକର୍ତ୍ତା ହେବାର ଅଛି, କିଏ ମୋତେ ଏହି ସୁଯୋଗ ଦେବ। ବାସ୍‌ ସେହଓ୍ବାଗଙ୍କ ଏହି ଟୁଇଟକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଜଣେ ୟୁଜର୍ସ ତ ତାଙ୍କ ଗାଁ ଟିମ୍‌ ଚୟନକର୍ତ୍ତା ହେବାକୁ ଅଫର୍‌ ଦେଇଛନ୍ତି। ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ପାରିଶ୍ରମିକ ମିଳିବ। ଯଦି ସେହଓ୍ବାଗ୍‌ ଦଳକୁ କୋଚିଂ ଦେବେ ତେବେ ଆଉ ୫ ହଜାର ଟଙ୍କା ଅଧିକ ଦିଆଯିବ ବୋଲି ସେ କହିଛନ୍ତି। ଆଉ ଜଣେ ୟୁଜର୍ସ କହିଛନ୍ତି, ଏହି ପଦବୀ ପାଇଁ ଆପଣଙ୍କ ଯୋଗ୍ୟତା ନାହିଁ। ଖରାପ୍‌ ପ୍ରଦର୍ଶନ କରୁଥିବା ଖେଳାଳି ହିଁ ଏହି ସ୍ଥାନରେ ନିଯୁକ୍ତ ହୋଇଥାନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସେହଓ୍ବାଗ ଏବେ ଚୟନକର୍ତ୍ତା ହୋଇପାରିବେ ନାହିଁ। କାରଣ ଚୟନକର୍ତ୍ତା ହେବା ପାଇଁ ଯୋଗ୍ୟତା ୬୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।

Share