Posted inଫୁରସତ

ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ

ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର ମହିଳା ଯେ କି ବିନା ପାସପାର୍ଟ ବା ଭିଜାରେ ଶହେରୁ ଊର୍ଦ୍ଧ୍ୱ ଦେଶ ଭ୍ରମଣ କରି ସାରିଲେଣି। ମହାରାଣୀଙ୍କ ବ୍ୟତୀତ ରାଜ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କର ପାସପୋର୍ଟ ବା ଭିଜା ରହିଛି। ବିବିସିର ଏକ ରିପୋର୍ଟ ଅନୁଯାୟୀ, ମହାରାଣୀ ଏଲିଜାବେଥ-୨ଙ୍କୁ ଭିଜା ପାସପୋର୍ଟ ରଖିବାର ଆବଶ୍ୟକତା ନାହିଁ। କାରଣ ସେ ବ୍ରିଟେନର ସମସ୍ତ ନାଗରିକଙ୍କୁ ପାସପୋର୍ଟ ଜାରି କରୁଥିବାରୁ ତାଙ୍କ ପାଇଁ ପାସପୋର୍ଟର ଆବଶ୍ୟକତା ନ ଥାଏ। ହେଲେ ତାଙ୍କ ନିକଟରେ ଗୋପନୀୟ କାଗଜପତ୍ର ରହିଥାଏ। ମହାରାଣୀଙ୍କ ଦୂତ ଏହି ଗୁପ୍ତ କାଗଜପତ୍ର ପହଞ୍ଚାଇଥାଆନ୍ତି ଯାହା ପାସପୋର୍ଟ ସହ ସମାନ ହୋଇଥାଏ।

କୁହାଯାଏ ମହାରାଣୀଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ ହେଲେ ସେ କାର୍‌ ଚଲାଇ ଥାଆନ୍ତି। ହେଲେ ମହାରାଣୀଙ୍କ ନିକଟରେ ନିଜର ଏଟିଏମ୍‌ ମେଶିନ୍‌ ରହିଛି। ଯାହାକୁ ରାଜ ପରିବାରର ସମସ୍ତ ସଦସ୍ୟ ବ୍ୟବହାର କରିଥାଆନ୍ତି। ଏହା ବଙ୍କିଙ୍ଗ ହାମ ପ୍ୟାଲେସର ବେସ୍‌ମେଣ୍ଟରେ ରହିଛି। ବ୍ରିଟେନର ସେ ଏକମାତ୍ର ନାଗରିକ ଯିଏ ଇନକମ୍‌ ଟ୍ୟାକ୍ସ ଦେବା ଜରୁରୀ ନୁହେଁ। ହେଲେ ୧୯୯୨ରେ ସେ ନିଜ ଇଚ୍ଛାରେ ରାଜକୋଷକୁ ଟ୍ୟାକ୍ସ ଦେଇଥିଲେ ବୋଲି କୁହାଯାଏ। ମହାରାଣୀଙ୍କ ନାଁରେ ବ୍ରିଟେନର କୌଣସି ଅଦାଲତରେ ମାମଲା ହୋଇପାରିବ ନାହିଁ। ସୂଚନା ଅଧିକାର ଆଇନରୁ ମଧ୍ୟ ତାଙ୍କୁ ମୁକ୍ତ କରାଯାଇଛି।

 

ମହାରାଣୀ ଏଲିଜାବେଥ ବର୍ଷକୁ ୨ ଥର ନିଜର ଜନ୍ମଦିନ ପାଳୁଥିବା ଏକମାତ୍ର ମହିଳା। ତେବେ ତାଙ୍କ ଜନ୍ମଦିନ ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ କାନାଡାରେ ଅଲଗା ଅଲଗା ଦିନରେ ପାଳନ କରାଯାଇଥାଏ। ବ୍ରିଟେନରେ ପ୍ରତିବର୍ଷ ଜୁନ୍‌ ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ ଶନିବାର ଏହା ପାଳନ କରାଯାଇଥାଏ। ଏହାର ଘୋଷଣା ସରକାର କରିଥାଆନ୍ତି। ପୂର୍ବ ଅଷ୍ଟ୍ରେଲିଆରେ ଜୁନ୍‌ ଦ୍ୱିତୀୟ ସୋମବାର, ପଶ୍ଚିମ ଅଷ୍ଟ୍ରେଲିଆରେ ସେପ୍ଟେମ୍ବର ଶେଷ ସପ୍ତାହ ଅବା ଅକ୍ଟୋବରର ପ୍ରଥମ ସପ୍ତାହରେ ମହାରାଣୀ ଏଲିଜାବେଥ-୨ଙ୍କ ଜନ୍ମଦିନ ପାଳନ କରାଯାଇଥାଏ। ଏହା ବ୍ୟତୀତ ନ୍ୟୁଜିଲାଣ୍ଡରେ ଜୁନ୍‌ ପ୍ରଥମ ସୋମବାର ଓ କାନାଡାରେ ମେ ପ୍ରଥମ ସୋମବାରରେ ପାଳନ କରାଯାଏ। ହେଲେ ମହାରାଣୀଙ୍କ ପ୍ରକୃତ ଜନ୍ମଦିନ ୨୧ ଏପ୍ରିଲ ହୋଇଥିବା ବେଳେ ଏହିଦିନ ସେ ତାଙ୍କ ପରିବାର ସହ ପାଳନ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri