Categories: ଫୁରସତ

ଏହି ଗାଁରେ ୯ ବର୍ଷ ହେଲା ଖାଲି ଜନ୍ମ ନେଉଛନ୍ତି ଝିଅ, ପୁଅ ଜନ୍ମ ହେଲେ ମିଳିବ ପୁରସ୍କାର

ପୋଲାଣ୍ଡର ମିଜେସ୍କେ ଔନ୍ଦ୍ରଜେନ୍‌ସ୍କି ନାମକ ଏକ ଗାଁରେ ଦୀର୍ଘ ୯ ବର୍ଷ ହେବ କେବଳ ଝିଅ ଜନ୍ମ ହେଉଛନ୍ତି। ୨୦୧୦ ମସିହାରେ ଏହି ଗାଁରେ କେବଳ ଜଣେ ମାତ୍ର ପୁତ୍ରସନ୍ତାନ ଜନ୍ମନେଇଛି। ସେବେଠାରୁ ଆଜିପର୍ଯ୍ୟନ୍ତ କୌଣସି ପୁଅ ଜନ୍ମ ନେଇନାହାନ୍ତି। ଖାସ୍‌ ଏଥିପାଇଁ ଯେଉଁ ପରିବାରରେ ପୁଅ ଜନ୍ମ ନେବ ତାଙ୍କୁ ପୁରସ୍କୃତ କରାଯିବ ବୋଲି ମେୟର ଘୋଷଣା କରିଛନ୍ତି। ଗାଁରେ କାହିଁକି ପୁଅ ଜନ୍ମ ହେଉନାହାନ୍ତି ତାହାର କାରଣ କାହାକୁ ଜଣାନାହିଁ। କିନ୍ତୁ ଗାଁ ଲୋକଙ୍କ କହିବାନୁଯାୟୀ, ଲିଙ୍ଗାନୁପାତ ଯୋଗୁ ଏପରି ଅନ୍ତର ସୃଷ୍ଟି ହୋଇଛି। ଗାଁରେ ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି। ଯେଉଁଠି କେବଳ ମହିଳା ଏବଂ କନ୍ୟାସନ୍ତାନ। ମେୟର ରେଜମଣ୍ଡ ଫ୍ରିଶକୋଙ୍କ ଏପରି ଘୋଷଣା ପରେ ବାର୍‌ସାର ଏକ ୟୁନିଭର୍‌ସିଟିରେ ଏନେଇ ରିସର୍ଚ୍ଚ ଆରମ୍ଭ ହୋଇଛି। ୟୁନିଭର୍‌ସିଟିର ପ୍ରଫେସର ରଫାଲ୍‌ ପ୍ଲୋସ୍କିଙ୍କ କହିବା ଅନୁସାରେ, ଗାଁରେ ପୁଅ ଜନ୍ମ ନ ନେବା ଚିନ୍ତାର କାରଣ। ଏହି ସମସ୍ୟାକୁ ସମାଧାନ କରିବା ଏତେ ସହଜ ନୁହେଁ। ଏଥିପାଇଁ ପୁରୁଣା ରେକର୍ଡ ଯାଞ୍ଚ କରିବାକୁ ପଡ଼ିବ। ଏଥିସହିତ ପର୍ଯ୍ୟାବରଣ ସ୍ଥିତିକୁ ମଧ୍ୟ ଦେଖିବାକୁ ପଡ଼ିବ। ତେବେ କିଛିମାତ୍ରାରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ଲୋସ୍କି କହିଛନ୍ତି।

Share