Categories: ଫୁରସତ

ଏହି ଗାଁରେ ଝିଅ ବାହା ଦେବାକୁ ରାଜି ନାହାନ୍ତି ମାତାପିତା

ଜୟପୁର, ୨୧।୬: ରାଜସ୍ଥାନର ସିକର ନିକଟସ୍ଥ କିରୋ କି ଢାଣି ଗ୍ରାମକୁ ଝିଅ ବାହା ଦେବାକୁ ରାଜି ନାହାନ୍ତି ମାତାପିତା। ଏହି ଗାଁରେ ଯୁବକଙ୍କ ବିବାହ ବୟସ ବୃଦ୍ଧି ପାଉଥିଲେ ମଧ୍ୟ ଝିଅ ମିଳୁନାହାନ୍ତି। ଏହା ପଛରେ କାରଣ ହେଉଛି ଜଳସଙ୍କଟ। ପାଣି ସମସ୍ୟା ଯୋଗୁ ଝିଅମାନେ ଏହି ଗାଁରେ ବିବାହ କରିବାକୁ ଚାହୁଁନାହାନ୍ତି। ମାତ୍ର ଗୋଟିଏ ସ୍ରୋତ ଏବଂ ସରକାରୀ ସ୍କୁଲରେ ଥିବା ଏକ ନଳକୂପ ଉପରେ ଗାଁର ୫୦ରୁ ଊର୍ଦ୍ଧ୍ୱ ପରିବାର ନିର୍ଭର କରନ୍ତି। ପାଣି ପାଇଁ ଏହି ଦୁଇଟି ସ୍ଥାନରେ ୨୪ ଘଣ୍ଟା ଲାଇନ୍‌ ଲାଗିଥାଏ। ଖରାଦିନରେ ଆହୁରି ପାଣି ସମସ୍ୟା ଦେଖାଦିଏ। ପାଣି ଶୁଖିଯାଉଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି।

Share