ଏହି ଗାଁରେ କେହି ଦେଖିପାରନ୍ତି ନାହିଁ…

କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲ୍‌ଟେକ୍‌ ଗାଁ। ଏଠାରେ ଜୋପ୍‌ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍‌ ଇଣ୍ଡିଆନ ସମ୍ପ୍ରଦାୟର। ଗାଁର ପଶୁପକ୍ଷୀଙ୍କ ଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତେ ଦୃଷ୍ଟିହୀନ। ସେମାନେ ଜନ୍ମରୁ ଦୃଷ୍ଟିହୀନ ନ ଥାନ୍ତି। ତେବେ ଜନ୍ମର କିଛି ଦିନ ପରେ ସେମାନଙ୍କର ଦୃଷ୍ଟି ଶକ୍ତି କମି କମି ଯାଇଥାଏ। କୁଡ଼ିଆରେ ବାସ କରନ୍ତି ଏହି ଜନଜାତି। ସେମାନେ ବାସ କରୁଥିବା କୁଡ଼ିଆରେ କବାଟ ଏବଂ ଝରକା ନ ଥାଏ। ସନ୍ଧ୍ୟାରେ ସମସ୍ତ ଗ୍ରାମବାସୀ ଏକାଠି ହୋଇ ଭୋଜନ କରନ୍ତି ଓ ରାତିରେ ମଦ୍ୟପାନ କରି ନାଚଗୀତ କରିଥାନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁ ଥିବା ଏକ ବୃକ୍ଷକୁ ଦେଖିବା ମାତ୍ରେ ସେମାନଙ୍କର ଦୃଷ୍ଟିଶକ୍ତି କମ୍‌ ହୋଇଯାଇଥାଏ। ମାତ୍ର ଗାଁକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହା ହୋଇ ନ ଥାଏ। ତେବେ ବୈଜ୍ଞାନିକମାନେ କୁହନ୍ତି ଏଠାରେ ଏକ ପ୍ରକାର କଳାମାଛି ରୁହନ୍ତି। ଏହି ମାଛି ପଶୁପକ୍ଷୀ ମଣିଷ ସମସ୍ତଙ୍କୁ କାମୁଡ଼ି ଥାନ୍ତି। ମାଛି ଲାଳରେ ଏକ ପ୍ରକାର ବିଷ ରହିଥାଏ। ଏହା ଆଖିର ସ୍ନାୟୁ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଧୀରେ ଧୀରେ ଦୃଷ୍ଟି ଶକ୍ତି କମି ଶେଷରେ ପଶୁପକ୍ଷୀ ଓ ମଣିଷ ଦୃଷ୍ଟିହୀନ ହୋଇ ଯାଇଥାନ୍ତି।

Share