Categories: ଖେଳ

ଏହି କ୍ରିକେଟର ଝିଅ କୃଷ୍ଣଙ୍କ ଭଜନ ଗାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ମାଲାୟଲମ ଭାଷାରେ ଜିଭା କୃଷ୍ଣ ଭଜନ ଗାଉଥିବାର ଦେଖାଯାଇଛି। ଏହି ଭିଡିଓକୁ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି। ଜିଭାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପେଜ୍‌ରେ ଏହି ଭିଡିଓକୁ ଶେୟାର କରାଯାଇଛି। ଧୋନୀଙ୍କ ଭଳି ଜିଭାଙ୍କ ମଧ୍ୟରେ ଭରପୂର ଟ୍ୟାଲେଣ୍ଟ୍‌ ରହିଛି ବୋଲି ୟୁଜର୍ସ କହିଛନ୍ତି। ଗତ କିଛିଦିନ ପୂର୍ବରୁ ଧୋନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ ‘ଜବ୍‌ କୋଇ ବାତ୍‌ ବିଗଡ୍‌ ଯାଏ’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ।

Share