Categories: ଖେଳ

ଏହି କ୍ରିକେଟରଙ୍କ ଭାଇ ବି କ୍ରିକେଟରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି

କୋଲକାତା,୨୨।୧୦: ଭାରତୀୟ ଦଳର ପେସ୍‌ ବୋଲର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ସାମିଙ୍କ ପରି ତାଙ୍କ ସାନ ଭାଇ ମହମ୍ମଦ କୈଫ ମଧ୍ୟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି। ବଙ୍ଗାଲ ଅଣ୍ଡର-୨୩ କ୍ରିକେଟ ଦଳରେ ଜଣେ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି କୈଫ। ବଡଭାଇ ସାମିଙ୍କ ପରି କୈଫ ପେସ୍‌ ବୋଲିଂ କରୁଥିବାବେଳେ ଭଲ ବ୍ୟାଟିଂ ମଧ୍ୟ। ସେ ଅନେକ ଦିନ ହେବ ପଶ୍ଚିମବଙ୍ଗରେ ରହି କ୍ରିକେଟ ଖେଳି ଆସୁଛନ୍ତି। ନିଜ ପ୍ରଦର୍ଶନ ଜରିଆରେ ଖୁବ୍‌ଶୀଘ୍ର ଭାରତୀୟ ଦଳରେ ସ୍ଥାନ ପାଇବାର ଆଶା ରଖିଛନ୍ତି କୈଫ୍‌।

Share