Categories: ଖେଳ

ଏହି କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ସାରା

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବେ ଜଣେ କ୍ରିକେଟ୍‌ରଙ୍କ ପ୍ରେମରେ ପଡିଛନ୍ତି। ସେ ହେଉଛନ୍ତି ୧୯ ବର୍ଷୀୟ ଶୁଭମନ ଗିଲ୍‌। ସେ ଏବେ ଭାରତ ‘ଏ’ ପାଇଁ ଖେଳୁଛନ୍ତି। ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଖେଳିସାରିଛନ୍ତ ସେ। କିଛିଦିନ ତଳେ ଶୁଭମନ ନିଜର ଏକ ନୂଗା ଗାଡି କିଣି ଇନଷ୍ଟାଗ୍ରାମରେ ଫଟୋ ଛାଡିଥିଲେ। ସାରା ତାଙ୍କୁ ଅଭିନନ୍ଦନ ଜଣାଇ ଲଭ୍‌ ଇମୋଜୀ ଦେଇଥିଲେ। ଏହାପରଠାରୁ ଉଭୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସାରା ଏବେ ନିଜ ପାଠପଢା କ୍ୟାରିୟରକୁ ନେଇ ବ୍ୟସ୍ତ ଥିବାବେଳେ ଶୁଭମନ ମଧ୍ୟ କ୍ରିକେଟକୁ ବେଶୀ ପ୍ରାଧ୍ୟାନ୍ୟ ଦେଉଛନ୍ତି।

Share