ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ ଦୀକ୍ଷିତ

ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ କ୍ରିକେଟର ବି-ଟାଉନ ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିବାହ କରିିଥିବା ବେଳେ ଆଉ କେତେକଙ୍କ ବିବାହ ହୋଇପାରି ନାହିଁ। ତେବେ ବିବାହ କରିଥିବା ଯୋଡିଙ୍କ ମଧ୍ୟରେ ରହିଛନ୍ତି ଅନୁଷ୍କା ଶର୍ମା-ବିରାଟ କୋହଲି, ସାଗରିକା ଘାଟେ-ଜହିର ଖାନ୍‌, ହାଜେଲ କିଚ-ଯୁବରାଜ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ରହିଛନ୍ତି। କିନ୍ତୁ ଏମିତି କିଛି ଯୋଡି ରହିଛନ୍ତି ଯେଉଁମାନଙ୍କ ପ୍ରେମ ଆଗକୁ ବଢ଼ିପାରି ନ ଥିଲା। ସେମିତି ଜଣେ ହେଲେ ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ମାଧୁରୀ ମନେ ମନେ ଜଣେ କ୍ରିକେଟରଙ୍କୁ ଭଲପାଇ ବସିଥିଲେ। ଉକ୍ତ କ୍ରିକେଟର ମାଧୁରୀଙ୍କ ସ୍ବପ୍ନରେ ମଧ୍ୟ ଆସୁଥିଲେ। ସେ ହେଲେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର। ଏ କଥା ନିଜେ ମାଧୁରୀ ଏକ ସାକ୍ଷାତକାରରେ କହିଥିଲେ।
ସେ କହିଥିଲେ ଯେ, ମୁଁ ଗାଭାସ୍କରଙ୍କ ପାଇଁ ପାଗଳ ଥିଲି। ଏବଂ ସେ ମୋତେ ବହୁତ ସେକ୍ସି ଲାଗୁଥିଲେ। ତାଙ୍କ ସ୍ବପ୍ନରେ ଗାଭାସ୍କର ଆସିବା କଥା ମଧ୍ୟ ସେ କହିଥିଲେ।

Share