Categories: ଫୁରସତ

ଏହି ଆଣ୍ଟିନା ପ୍ରଥମେ ଦେଇଥିଲା ଟାଇଟନିକ୍‌ ବୁଡ଼ିବା ବାର୍ତ୍ତା

ଆଜିର ସମୟରେ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ମୋବାଇଲ ଯୋଗେ ସଙ୍ଗେ ସଙ୍ଗେ ବାର୍ତ୍ତା ପହଞ୍ଚିପାରୁଛି। ବିନା ତାରରେ ଅନାୟସରେ ଦୂର ସମ୍ପର୍କୀୟଙ୍କ ସହ ଯୋଗାଯୋଗ ହୋଇପାରୁଛି। କିନ୍ତୁ ବିନା ତାରରେ ଲୋକଙ୍କ ନିକଟରେ ପ୍ରଥମେ ବାର୍ତ୍ତା ପହଞ୍ଚାଇବାରେ ଯିଏ ସଫଳ ହୋଇଥିଲେ ସେ ହେଉଛନ୍ତି ମାର୍କୋନି। ଯେ କି  ରେଡିଓ ଉଦ୍‌ଭାବନ କରିଥିଲେ। ଇଟାଲୀରେ ରହୁଥିବା ମାର୍କୋନି ପ୍ରଥମେ ଆଟ୍‌ଲାଣ୍ଟିକ୍‌ ମହାସାଗର ଗୋଟିଏ ପାର୍ଶ୍ୱରୁ ଆଉ ଗୋଟିଏ ପାର୍ଶ୍ୱକୁ ବାର୍ତ୍ତା ପଠାଇଥିଲେ। ୧୯୦୧ରେ ଅର୍ଥାତ୍‌ ୧୧୯ ବର୍ଷ ପୂର୍ବେ ଏହି ବାର୍ତ୍ତା ପଠାଇବାରେ ସଫଳତା ହାସଲ କରିଥିଲେ। ବାର୍ତ୍ତାଟି ଇଂଲଣ୍ଡ ତଟସ୍ଥିତ ପୋଲ୍‌ଢୁ ନାମକ ଏକ ସ୍ଥାନରୁ କାନାଡାର ସେଣ୍ଟ୍‌ ଜୋନ୍‌ସ ନାମକ ସହର ନିକଟରେ ଥିବା ଏକ ପାହାଡ଼କୁ ପଠାଇଥିଲେ। ପରେ ଉତ୍ତର ଆଟ୍‌ଲାଣ୍ଟିକ୍‌ ମହାସାଗରସ୍ଥିତ ଉକ୍ତ ସ୍ଥାନକୁ ମାର୍କୋନି ବହୁ ବୁଝିବିଚାରି ବାଛିଥିଲେ। ଏହି ସ୍ଥାନର ଯାଞ୍ଚ କରାଯାଇ ଏକ ମେଶିନ ଲଗାଯାଇଥିଲା। ଦୀର୍ଘଦିନ ପରେ ଏଠାରେ ଏକ ଆଣ୍ଟିନା ଲଗାଇବାରେ ମାର୍କୋନି ସଫଳ ହୋଇଥିଲେ। ଏହି ସମୟରେ ସେ ପ୍ରତିଦିନ ଇଂଲଣ୍ଡରୁ ରେଡିଓ ଯୋଗେ ବାର୍ତ୍ତା ପଠାଉଥିଲେ। ୧୯୦୧ ଡିସେମ୍ବରରେ ଇଂଲଣ୍ଡରୁ ପଠାଇଥିବା ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍‌ ବାର୍ତ୍ତା ଆଟ୍‌ଲାଣ୍ଟିକ୍‌ ମହାସାଗର ପାର ହୋଇ ମାର୍କୋନୀଙ୍କ ସିଗ୍‌ନାଲ ଆଣ୍ଟିନା ଜରିଆରେ ପହଞ୍ଚିଥିଲା। ଯାହା ସବୁଠୁ ବଡ଼ ସଫଳତା ଥିଲା। ଏହି ଆଣ୍ଟିନା ଜରିଆରେ ଟାଇଟନିକ୍‌ ବୁଡ଼ିବା ଖବର ମଧ୍ୟ ସମଗ୍ର ବିଶ୍ୱ ନିକଟରେ ପହଞ୍ଚିପାରିଥିଲା। ସିଗ୍‌ନାଲ ହିଲ୍‌ଟି ବର୍ତ୍ତମାନଙ୍କ ପର୍ଯ୍ୟଟନସ୍ଥଳୀ ଭାବରେ ପରିଗଣିତ। ଛୁଟିଦିନରେ ଲୋକେ ଏଠାକୁ ହଜାର ହଜାର ସଂଖ୍ୟାରେ ଆସିଥାନ୍ତି। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଯେ, ଏହି ପାହାଡ଼କୁ ସଂଚାର କ୍ରାନ୍ତି କେନ୍ଦ୍ର ମଧ୍ୟ କୁହାଯାଇଥାଏ। ମାର୍କୋନି ଇଂଲଣ୍ଡରୁ ପଠାଇଥିବା ରେଡିଓ ବାର୍ତ୍ତା ପଢ଼ିବା ପାଇଁ ଏଠାରେ ଏକ ରାଡାର ଲାଗିଛି।

Share