ଏହି ଅଭିନେତ୍ରୀଙ୍କ ପାଇଁ ସଲମାନଙ୍କ ସହ ପଙ୍ଗା ନେଇଥିଲେ ବିବେକ୍‌; ବରବାଦ ହୋଇଯାଇଥିଲା…

ବଲିଉଡ୍‌ ଅଭିନେତା ବିବେକ ଓବରୟ ୧୯୭୬ ମସିହା ସେପ୍ଟେମ୍ବର ୩ରେ ଜନ୍ମ ଗ୍ରହଣ କରିଥିଲେ। ଆଜି ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବିବେକ ପ୍ରସିଦ୍ଧ ଅଭିନେତା ସୁରେଶ ଓବରୟଙ୍କ ପୁଅ। ବିବେକ ସେହି ବଲିଉଡ୍‌ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏକି ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ଦର୍ଶକଙ୍କ ହୃଦୟ ଜିତିଥିଲେ। ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କମ୍ପାନୀ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଯେଉଁଥିପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଡେବ୍ୟୁ ମେଲ୍‌ ଆଓ୍ବାଡ୍‌ ପାଇଥିଲେ।
ଫିଲ୍ମ ବ୍ୟତୀତ ସେ ନିଜର ପ୍ରଡକ୍ସନ ହାଉସ ମଧ୍ୟ ଚଳାନ୍ତି। କେବଳ ଏତିକି ନୁହେଁ, ଅନେକ ଷ୍ଟାର୍ଟଅପରେ ମଧ୍ୟ ବିନିଯୋଗ କରିଛନ୍ତି, ଯାହାର ଅଧିକାଂଶ ସ୍ବାସ୍ଥ୍ୟ ଏବଂ ଶିକ୍ଷା ସହିତ ଜଡିତ । ବିବେକ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ଆଫେୟାର୍ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡରେ ପ୍ରବେଶ କରିବା ସମୟରେ ବିବେକଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ, କିନ୍ତୁ ତାଙ୍କ ଫିଲ୍ମ ଏତେବି ହିଟ୍‌ ହୋଇ ନ ଥିଲା। ଫିଲ୍ମ ସହିତ ବିବେକଙ୍କ ଐଶ୍ୱର୍ଯ୍ୟାଙ୍କ ସହ ପ୍ରେମ ସମ୍ପର୍କ ନେଇ ଅନେକ ଆଲୋଚନା ହୋଇଥିଲା। ଏ ନେଇ ତାଙ୍କୁ ସଲମାନ ମଧ୍ୟ ଧମକ ଦେଇଥିଲେ। ପରେ ବିବେକ ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକଅପ କରିଥିଲେ।

Share