Categories: ଖେଳ

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଭାରତୀୟ ବୋଲର୍‌ ଜସପ୍ରୀତ୍‌ ବୁମ୍‌ରା

ଭାରତୀୟ କ୍ରିକେଟରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ କରି ବିବାହ ମଧ୍ୟ କରିଛନ୍ତି। ଏବେ ଏହିି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଛି। ସେ ହେଉଛନ୍ତି ଦ୍ରୁତ ବୋଲର୍‌ ଜସ୍‌ପ୍ରିତ୍‌ ବୁମ୍‌ରା। ସେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ଡେଟ କରୁଥିବା ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ଅନୁପମା। ସେ କହିଛନ୍ତି, ଜସପ୍ରୀତ୍‌ ଏବଂ ମୁଁ ଭଲ ବନ୍ଧୁ। ଆମ ଭିତରେ ପ୍ରେମ ସମ୍ପର୍କ ନାହିଁ। କିନ୍ତୁ ବିଶ୍ୱକପ ଖେଳିବା ପାଇଁ ଇଂଲଣ୍ଡ ଯିବା ପୂର୍ବରୁ ଉଭୟ ଏକତ୍ର ସମୟ ବିତାଇଥିଲେ ବୋଲି ଚର୍ଚ୍ଚା ହେଉଛି।

Share