ଏହି ଅଭିନେତାଙ୍କ ସହ ଡେଟ୍‌ କରୁଛନ୍ତି ପୂଜା ବାତ୍ରା

ଫିଲ୍ମଜଗତରେ ଅଭିନେତ୍ରୀ ପୂଜା ବାତ୍ରା ୨୦ ବର୍ଷ ପୂରଣ କରିସାରିଛନ୍ତି। ୨୦୧୭ରେ ଶେଷଥର ପାଇଁ ଫିଲ୍ମ ‘ମିରର ଗେମ୍‌’ରେ ନଜର ଆସିଥିଲେ ପୂଜା। ଏହା ପରଠାରୁ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ପୂଜା ମଡେଲିଂ କରୁଥିଲେ। ୧୯୯୩ରେ ଫେମିନା ମିସ୍‌ ଇଣ୍ଡିଆ ଭାବେ ଅନ୍ତର୍ଜାତୀୟସ୍ତରରେ ସ୍ଥାନ ପାଇବା ପରଠାରୁ ଆଫେୟାରକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ଘରେ ଘରେ ପରିଚିତ ଟିଭି ସିରିଏଲ ‘ଶକ୍ତିମାନ’ ତଥା ସଲମାନଙ୍କ ଫିଲ୍ମରେ ଅଭିନୟ କରିଥିବା ଜଣେ ଅଭିନେତାଙ୍କ ସହ ପୂଜା ଡେଟ୍‌ କରୁଛନ୍ତି। ଏହି କଥା ସ୍ପଷ୍ଟ ଜଣାପଡ଼ିଛି ସୋସିଆଲ ମିଡିଆରେ ଏକ ଫଟୋରୁ। ସଲମାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’ରେ କାମ କରିଥିବା ନଓ୍ବାଜ ଶାହଙ୍କ ସହିତ ପୂଜାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

ନଓ୍ବାଜ ପୂଜା ବାତ୍ରାଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନଓ୍ବାଜ କିଛିଦିନ ଧରି ପୂଜାଙ୍କ ସହ ସୋସିଆଲ ମିଡିଆରେ ଲଗାତାର ଫଟୋ ପୋଷ୍ଟ କରିଚାଲିଛନ୍ତି। ପୂର୍ବରୁ ଚେହେରା ସ୍ପଷ୍ଟ ଜଣାପଡ଼ୁ ନ ଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ଫଟୋ ପୋଷ୍ଟ ହୋଇଛି ସେଥିରେ ପୂଜାଙ୍କ ସମ୍ପୂର୍ଣ୍ଣ ଚେହେରା ନଜରକୁ ଆସୁଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଦୁହେଁ ଦୀର୍ଘଦିନ ଧରି ଡେଟ୍‌ କରୁଛନ୍ତି। ଫିଲ୍ମ ‘ବିଶ୍ୱବିଧାତା’ ଜରିଆରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ପୂଜା।

ଏହା ପରେ ‘ବିରାସତ’, ‘ହସିନା ମାନ୍‌ ଜାଏଗୀ’, ‘ଯୋଡ଼ିଂ ନଂ – ୧’, ‘କହି ପ୍ୟାର ନ ହୋ ଜାୟେ’ ପରି ସୁପରହିଟ୍‌ ଫିଲ୍ମରେ ସେ ଅଭିନୟ କରିସାରିଛନ୍ତି। ୨୦୦୩ରେ ପୂଜା ଡ. ସୋନୁ ଏସ୍‌ ଆଲୁଓ୍ବାଲିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ପରେ କ୍ୟାରିୟର ଛାଡ଼ି ସେ ବିଦେଶ ଚାଲିଗଲେ। କିନ୍ତୁ ବିବାହର ୯ ବର୍ଷ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଁ ପୂଜା ନିଷ୍ପତ୍ତି ନେଇଥିଲେ। ଏହା ପରଠାରୁ ପୂଜା ରିଲେସନଶିିପ୍‌କୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି।

Share