ଏହି ଅଭିନେତାଙ୍କ ଭାନିଟି ଭ୍ୟାନର ଦାମ୍‌ ଶୁଶିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବି-ଟାଉନରେ ବିଳାସମୟ ଜୀବନ ବିତାଉଥିବା ସେଲିବ୍ରିଟିଙ୍କ ମଧ୍ୟରୁ କମେଡି ପାଇଁ ଜଣାଶୁଣା କପିଲ ଶର୍ମା ହେଉଛନ୍ତି ଅନ୍ୟତମ। ଯାହାଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ସମସ୍ତେ ଅନୁକରଣ କରିବାକୁ ଚାହାନ୍ତି। ତେବେ ତାଙ୍କର ଏହି ଲାଇଫ୍‌ ଷ୍ଟାଇଲ୍‌ କଠିନ ପରିଶ୍ରମ ଓ ଦୃଢ଼ ନିଷ୍ଠା ବଳରେ ସେ ହାସଲ କରିଛନ୍ତି। ଏକ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ଆଜି ନିଜ ଶୋ’ର ରାଜା। କପିଲଙ୍କ ଜୀବନଶୈଳୀ ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିଙ୍କ ବିଷୟରେ। ୨୦୦୭ରେ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ ଶୋ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ କପିଲ। ଏହି ଶୋ’ ଜରିଆରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବର୍ତ୍ତମାନ କପିଲ ନିଜର କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଚଳାଉଛନ୍ତି। ତେବେ ଏହି ଶୋ’ ମାଧ୍ୟମରେ ତାଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ୨୦୧୯ରେ କପିଲ ୩୫କୋଟି ଟଙ୍କା ଆୟ କରି ଫୋର୍ବସ୍‌ ତାଲିକାରେ ସେ ୫୩ତମ ସ୍ଥାନ ହାସଲ କରିଥିଲେ। ଏଥିରୁ ତାଙ୍କ ଲଇଫ୍‌ ଷ୍ଟାଇଲ୍‌ ବିଷୟରେ ସହଜରେ ଅନୁମୟେ କରିହେବ। ଜାଣିଛନ୍ତି କି ତାଙ୍କ ପାଖରେ ଏକ ବିଳାସମୟ ଭାନିଟି ଭ୍ୟାନ ରହିଛି। ଯାହାର ଦାମ୍‌ ରହିଛି ୫କୋଟି ୫ଲକ୍ଷ ଟଙ୍କା। ଏହି ଭ୍ୟାନ ବଲିଉଡ୍‌ର ସବୁଠାରୁ ମହଙ୍ଗା ଭାନିଟି ଭ୍ୟାନ ମଧ୍ୟରୁ ଏକ ବୋଲି କୁହାଯାଏ। ଏଥିରେ ସମସ୍ତ ପ୍ରକାରର ସୁବିଧା ରହିଛି। ଏଥିସହ କପିଲ ମହଙ୍ଗା କାର୍‌ର ବି ସୌଖୀନ ଅଟନ୍ତି। ତାଙ୍କ ପାଖରେ କେତେକ ବିଳାସମୟ କାର ମଧ୍ୟ ରହିଛି। ଏତଦ୍‌ ବ୍ୟତୀତ ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ କୋଠାଘର ରହିଥିବା ବେଳେ ପଞ୍ଜାବରେ ମଧ୍ୟ ଏକ ସୁନ୍ଦର ଘର ରହିଥିବା ସୂଚନା ରହିଛି।

Share