Categories: ଖେଳ

ଏହି ଅଭିନେତାଙ୍କ ଝିଅଙ୍କୁ ଡେଟ୍‌ କରୁଛନ୍ତି କେ.ଏଲ ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ଡେଟ କରୁଥିବା ନେଇ ଏବେ ଜୋର ସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାହୁଲ ବିଶ୍ୱକପ ଖେଳିବା ପାଇଁ ଇଂଲଣ୍ଡ ଯିବା ପୂର୍ବରୁ ଆଥିୟାଙ୍କ ସହ କିଛିଦିନ ବିତାଇ ଥିଲେ ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେ ଏହା କହିଛନ୍ତି। ପୂର୍ବରୁ ରାହୁଲଙ୍କ ନାଁ ଅଭିନେତ୍ରୀ ସୋନଲ ଚୌହାନ୍‌ ଏବଂ ନିଧି ଅଗ୍ରଓ୍ବାଲଙ୍କ ସହ ଯୋଡା ଯାଉଥିଲା।

Share