Categories: ଫୁରସତ

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର ଦାମ୍‌ ଏବେ ଚର୍ଚ୍ଚାରେ। ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଦାମ୍‌ କେତେ ଜାଣନ୍ତି? ୧୨ ଲକ୍ଷ ୟେନ୍‌ ଯାହାକି ଭାରତୀୟ ମୁଦ୍ରାରେ ୭.୫ ଲକ୍ଷ ଟଙ୍କା।

ଜାପାନ ବଜାରରେ ଏହାର ଚାହିଦା ଖୁବ୍‌ ବେଶୀ। ଏହି ଅଙ୍ଗୁରର ଆକାର ଅନ୍ୟ ଅଙ୍ଗୁର ଅପେକ୍ଷା ବହୁ ବଡ଼ ହୋଇଥିବାବେଳେ ସ୍ବାଦ ଖୁବ୍‌ ମିଠା ଏବଂ ରସାଳଯୁକ୍ତ। ପ୍ରାୟ ଗୋଟିଏ ଅଙ୍ଗୁରର ଓଜନ ୨୦ ଗ୍ରାମରୁ ଅଧିକ।

ଏହି କିସମର ଅଙ୍ଗୁର ଜାପାନର ଇଶିକାବା ପ୍ରାନ୍ତରେ ଥିବା ଜମିରେ ଚାଷ ହୋଇଥାଏ। ଗୋଟିଏ ପେନ୍ଥାରେ ପ୍ରାୟ ୩୦ଟି ଅଙ୍ଗୁର ରହିଥାଏ। ଜାପାନର ବଜାରରେ ବିକ୍ରି ହେଉଥିବା ରୁବି ଅଙ୍ଗୁରକୁ ସେଠାକାର ଏକ କମ୍ପାନୀ କିଣି ନେଇଛି। ଉକ୍ତ କମ୍ପାନୀ ଅଙ୍ଗୁରକୁ ନେଇ ହୋଟେଲଗୁଡ଼ିକରେ ଦେଇ ବ୍ୟବସାୟକୁ ବଢ଼ାଇଥିବା ଏକ ରିପୋର୍ଟରୁ ପ୍ରକାଶ।

Share