ଏହିସବୁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଅନୁଚିତ

ପ୍ରତିଦିନ କ୍ଷୀର ପିଇବା ଶରୀର ପାଇଁ ଖୁବ୍‌ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢ଼ିଥାଏ। ମାତ୍ର ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ପରେ କ୍ଷୀର ପିଇଲେ ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…

ମାଛ : ମାଛ ଖାଇବା ପରେ ଭୁଲରେ କ୍ଷୀର ପିଅନ୍ତୁ ନାହିଁ। କାରଣପେଟରେ ବିଷକ୍ରିୟା ସୃଷ୍ଟି ହୋଇଥାଏ। ଏହାସହିତ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ।

ଦହି : ଦହି ଖାଇବା ପରେ କ୍ଷୀର ପିଇବା ଅନୁଚିତ। ଏହାଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ରାଶି ଏବଂ ଲୁଣ : ରାଶି ଏବଂ ଲୁଣ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ। ଏହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ଖାଇବାର ପ୍ରାୟ ୨ ଘଣ୍ଟା ପରେ କ୍ଷୀର ପିଅନ୍ତୁ।

ଯେ କୌଣସି ଖଟା ଫଳ : ସାଇଟ୍ରିକ ଏସିଡ୍‌ଯୁକ୍ତ ଫଳ ବା ଯେ କୌଣସି ଖଟା ଫଳ ଖାଇବା ପରେ କ୍ଷୀର ପିଇବା ଶରୀର ପାଇଁ ହାନିକାରକ। ବିଶେଷକରି ଲେମ୍ବୁ, ବରକୋଳି, କରମଙ୍ଗା ପରି ଖଟାଜାତୀୟ ଖାଦ୍ୟ ଖାଇବାର ଦୀର୍ଘଘଣ୍ଟା ପରେ କ୍ଷୀର ପିଅନ୍ତୁ। ନଚେତ୍‌ ନାନା ସମସ୍ୟା ଦେଖାଦେବ।

ବିରି ଡାଲି : ବିରି ଡାଲି ଖାଇବା ପରେ କ୍ଷୀର ପିଇଲେ ପେଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ବିରି ଡାଲି ଖାଇବାର ପ୍ରାୟ ୨ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍‌।